CSC ସେଣ୍ଟରର ୧୬ତମ ପ୍ରତିଷ୍ଠା ଦିବସ ପାଳିତ।

Jul 17, 2025 - 08:53
0 117
CSC ସେଣ୍ଟରର ୧୬ତମ ପ୍ରତିଷ୍ଠା ଦିବସ ପାଳିତ।

ଝରିଗାଁ,୧୭l୭(ଷ୍ଟାର ନିୟୁଜ ଓଡ଼ିଶା): ଝରିଗାଁ ସ୍ଥିତ ତାପସ ମଣ୍ଡଳଙ୍କ CSC ସେଣ୍ଟରରେ ଆଜି ୧୬ ତମ CSC ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ଅଞ୍ଚଳରେ CSC ସେଣ୍ଟର ଦ୍ଵାରା ଲୋକମାନଙ୍କୁ ମିଳୁଥିବା ସେବା ବିଷୟରେ ମତ ଦେବା ସହ ଲୋକ ମାନଙ୍କୁ ଉତ୍ତମ ବ୍ୟବହାର ଦେବା ପାଇଁ କହିଥିଲେ।ଏହି ଅବସରରେ କେକ କାଟି ପାଳନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ CSC VLE ତାପସ ମଣ୍ଡଳ, ସନ୍ତୋଷ କୁମାର ସାହୁ, ପ୍ରଦୀପ ବିଶୋଇ, ଚନ୍ଦ୍ରଶେଖର ବିଶୋଇ, କୁଞ୍ଜ ମାଝୀ, ମହେନ୍ଦ୍ର କଳାର ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଝରିଗାଁ ବିଡ଼ିଓ,ତହସିଲଦାର,କୃଷି ଅଧିକାରୀ ଏବଂ ଚିକିତ୍ସା ଅଧିକାରୀଙ୍କୁ CSC VLE ମାନେ ଫୁଲଗୁଛ ଦେଇ ଶୁଭେଚ୍ଛା ଜଣାଇ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User