NOC ପ୍ରତ୍ୟାହାର ପରେ ବି ପୁଣି ନିର୍ମାଣ! କେସିଙ୍ଗାର ନିଶାନ FL ବାରକୁ ନେଇ ବଢ଼ିଲା ପ୍ରଶ୍ନ

Jul 14, 2026 - 14:12
0 89
NOC ପ୍ରତ୍ୟାହାର ପରେ ବି ପୁଣି ନିର୍ମାଣ! କେସିଙ୍ଗାର ନିଶାନ FL ବାରକୁ ନେଇ ବଢ଼ିଲା ପ୍ରଶ୍ନ

କେସିଙ୍ଗା, ୧୪/୦୭ (ଷ୍ଟାର ନ୍ୟୁଜ ଓଡ଼ିଶା): କେସିଙ୍ଗା–ଟିଟିଲାଗଡ଼ ମୁଖ୍ୟ ସଡ଼କ କଡ଼ରେ ନିର୍ମାଣାଧୀନ ନିଶାନ FL ବାରକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ପୂର୍ବରୁ ଏହି ବାର ପାଇଁ କେସିଙ୍ଗା NAC ପକ୍ଷରୁ ଜାରି କରାଯାଇଥିବା ଅନାପତ୍ତି ପ୍ରମାଣପତ୍ର (NOC) ପ୍ରତ୍ୟାହାର କରିବାକୁ ସମ୍ପୃକ୍ତ ବିଭାଗକୁ ପତ୍ର ପଠାଯାଇଥିବା ସୂଚନା ସାମ୍ନାକୁ ଆସିଥିଲା। ଏପରି ପରିସ୍ଥିତିରେ ସେହି ସ୍ଥାନରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଠାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଯଦି NOC ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତେବେ ବର୍ତ୍ତମାନ କେଉଁ ଆଇନଗତ ଅନୁମତି ଆଧାରରେ ନିର୍ମାଣ କାର୍ଯ୍ୟ ଚାଲିଛି, ସେ ସମ୍ପର୍କରେ ପ୍ରଶାସନ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ସେମାନଙ୍କ ମତରେ, କେବଳ ପତ୍ର ପଠାଇବାରେ ପ୍ରକ୍ରିୟା ସମାପ୍ତ ହୁଏ ନାହିଁ; ବରଂ ସମ୍ପୃକ୍ତ ବିଭାଗର ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ସାର୍ବଜନୀନ କରାଯିବା ଉଚିତ।
ସମାଜସେବୀ ଓ ସ୍ୱେଚ୍ଛାସେବୀମାନଙ୍କ କହିବା ଅନୁଯାୟୀ, ବିଶେଷକରି ଏକ୍ସସାଇଜ ବିଭାଗ NOC ପ୍ରତ୍ୟାହାର ସମ୍ପର୍କରେ କୌଣସି ନିଷ୍ପତ୍ତି କିମ୍ବା ପ୍ରତିଉତ୍ତର ଦେଇଥିଲେ, ତାହା ସାଧାରଣ ଲୋକଙ୍କ ସମ୍ମୁଖରେ ପ୍ରକାଶ ପାଇବା ଆବଶ୍ୟକ। ଏହା ହେଲେ ସମସ୍ତ ସନ୍ଦେହର ଅବସାନ ହୋଇପାରିବ ବୋଲି ସେମାନେ କହିଛନ୍ତି।
ଅନ୍ୟପଟେ, କେତେକ ସ୍ଥାନୀୟ ଲୋକ ପ୍ରଭାବଶାଳୀ ବ୍ୟକ୍ତି କିମ୍ବା ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀଙ୍କ ପ୍ରଭାବରେ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗର ସ୍ୱାଧୀନ ଭାବେ ପୁଷ୍ଟି ହୋଇନାହିଁ ଏବଂ ଏନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।
ଏହି ପରିପ୍ରେକ୍ଷୀରେ କେସିଙ୍ଗାର ସମାଜସେବୀ, ସର୍ବଦଳୀୟ ରାଜନୈତିକ ସଂଗଠନର ପ୍ରତିନିଧି, ମହିଳା ସଂଘ ଓ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନ, କେସିଙ୍ଗା ଏ.ନେ.ସି ଏବଂ ଏକ୍ସସାଇଜ ବିଭାଗଙ୍କୁ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ସହ ପୋଲିସ ଥାନା ରେ ଅଭି ଯୋଗ ପତ୍ର ଦେଇଛନ୍ତି ଅନାପତି ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ବିଭାଗୀୟ ନିଷ୍ପତ୍ତି ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User