ଅଜଣା ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁ ଗୁରୁତର।

Jun 30, 2025 - 10:36
0 268
ଅଜଣା ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁ ଗୁରୁତର।

ଝରିଗାଁ,୩୦l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ କାଳିଆପାଣି ଗ୍ରାମର ଦୁଇ ଶିଶୁ ଅଜଣା ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ କାଳିଆପାଣି ଗ୍ରାମର ଭୁବନ ଗଣ୍ଡଙ୍କ ଦୁଇ ବର୍ଷର ଝିଅ ରାଧିକା ଗଣ୍ଡ ଏବଂ ପାଞ୍ଚ ବର୍ଷର ପୁଅ ମହାଦେବ ଗଣ୍ଡ ଘର ନିକଟରେ କିଛି ପିଲାଙ୍କ ସହ ଖେଳୁଥିଲେ।ତେବେ ସନ୍ଧ୍ୟା ୪ ଘଣ୍ଟା ସମୟରେ ହଠାତ ଉଭୟଙ୍କୁ ବାନ୍ତି ହୋଇଥିଲା।ପ୍ରାୟ ଚାରି ପାଞ୍ଚ ଥର ବାନ୍ତି ହେବା ପରେ ଦୁଇ ଭାଇ ଭଉଣୀ ଗୁରୁତର ହୋଇ ଯାଇଥିଲେ।ପରିବାର ଲୋକ ତୁରନ୍ତ ଉଭୟଙ୍କୁ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ତେବେ ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ କୌଣସି ବିଷାକ୍ତ ଖାଦ୍ୟ ଅଜାଣତରେ ଖାଇ ଦେଇଥିବା ଅନୁମାନ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User