ଗେରୁପଡ଼ା ପଥରଘାଟ ନାଳରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ ।

Jun 30, 2025 - 15:22
0 33
ଗେରୁପଡ଼ା ପଥରଘାଟ ନାଳରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ ।

ଫିରିଙ୍ଗିଆ,୩୦l୬ (ଷ୍ଟାର ନିୟୁଜ) : ପଥରଘାଟ ନାଳ ଉପରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଂଚାୟତ ଅନ୍ତର୍ଗତ ଗେରୁପଡା ଗ୍ରାମର ପଥରଘାଟ ନାଳ ଉପରେ ଏକ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଗ୍ରାମରେ ୩୦ ଗୋଟି ଦଳିତ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବେଳେ ଗ୍ରାମଠାରୁ ଏକ କିଲୋମିଟର ଦୂରେ ରହିଛି ଗାଁ ମସାଣି । ଯାହାକି ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ । ଗାଁ ମସାଣିକୁ ଯିବାକୁ ହେଲେ ବାଟରେ ପଥରଘାଟ ନାଳ ପାର ହେବାକୁ ପଡେ ।ନଦୀର ଆର ପାରିରେ ମସାଣି ରହିଥିବାରୁ ବର୍ଷାଦିନ ଆସିଲେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବର୍ଷାଋତୁରେ ମାଟି ରାସ୍ତାଟି କାଦୁଅ ମୟ ହୋଇଯାଉଥିବା ବେଳେ ନଦୀରେ ବେଳେବେଳେ ନଈବଢ଼ି ଯୋଗୁଁ ୧୦ରୁ ୧୫ ଫୁଟ ପାଣି ପ୍ରବାହିତ ହୋଇଥାଏ । ଠିକ ଏହି ସମୟ ଭିତରେ ଯଦି କାହାର ଦେହାନ୍ତ ହୁଏ ତେବେ ୨ ରୁ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ନଦୀରେ ଜଳସ୍ତର କମିଲେ ଯାଇକି ଆରପାରି ଯାଇକି ଶବ ସତ୍କାର କରିବା ସମ୍ଭବପର ହୋଇଥାଏ ।ତାକୁ ଛାଡିଦେଲେ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିବା ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।ତେଣୁ ଉକ୍ତ ଗ୍ରାମବାସୀଙ୍କ ହିତ ପାଇଁ ପଥରଘାଟ ନାଳ ଉପରେ ଏକ ଶଙ୍ଖ ସାଙ୍ଗକୁ ମସାଣି ରାସ୍ତାର ମରାମତି କରାଗଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ଭୀମାରାଜ ନାୟକ ପ୍ରଦୀପ ନାୟକ, ଭ୍ରମରବର ନାୟକ, ଲଙ୍କେ ନାୟକ, ଶ୍ୟାମ ସୁନ୍ଦର ନାୟକ ଓ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User