ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍

Jun 30, 2025 - 18:37
0 62
ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର/ଭବାନୀପାଟଣା : ୩୦/୦୬(ଷ୍ଟାରନିୟୁଜ ଓଡିଶା)ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାର ରୀ ବାବୁ। ମୃତ୍ତାକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧୂ ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।

ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍ କରୁଛି ଭିଜିଲାନ୍ସ ଟିମ ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ ଚାଲିଛି। ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଥୂବା ଦୟାନିଧୂଙ୍କ ବିରୋଧରେ ଆୟ ବର୍ହି ବର୍ହିଭୂତ ସମ୍ପତି ଠୁଳ  ଅଭିଯୋଗ ହୋଇଛି।  ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି  ଜିଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀ ବାଗ ଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ବଶୁର ଘର,  ଭୁବନେଶ୍ୱର  ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ଫ୍ଲାଟ (ଫ୍ଲାଟ ନଂ. ୧-ଡି)। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଭୁବନେଶ୍ବରସ୍ଥିତ  ତାଙ୍କ ଏଲଆଇଜି ଘର (ନଂ. ୧୦/୬), ଭୁବନେଶ୍ୱର ସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ ବାଗଙ୍କ ଅଫିସ ଚାମ୍ବର ନବରଙ୍ଗପୁର ଜିଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ସ୍ଥିତ ଏକ ନିର୍ମାଣାଧୀନ ବିଲଡିଂ। ନବରଙ୍ଗପୁର ଜିଲା, ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଡିଂ। ନବରଙ୍ଗପୁର ଜିଲା ଚୁଟିଆଗୁଡ଼ା  ମୌଜା ନିକଟ ଚୁଡ଼ିଆଗୁଡା ଛକରେ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଅନ୍ୟ ଏକ ବିଲଡିଂ।
କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User