ଅବସରପ୍ରାପ୍ତ ଫାର୍ମାସୀ ଅଫିସରଙ୍କୁ ଗ୍ରାମବାସୀଙ୍କ ତତଫରୁ ଭବ୍ୟ ସମ୍ବର୍ଦ୍ଧନା ।

Jul 14, 2025 - 16:21
 0  78
ଅବସରପ୍ରାପ୍ତ ଫାର୍ମାସୀ ଅଫିସରଙ୍କୁ ଗ୍ରାମବାସୀଙ୍କ ତତଫରୁ ଭବ୍ୟ ସମ୍ବର୍ଦ୍ଧନା ।

ଝରିଗାଁ,୧୪l୭(ଷ୍ଟାର ନିୟୁଜ ଓଡିଶା): ସେବା ଆରମ୍ଭ ଯେଉଁଠି, ଶେଷ ସେଇଠି, ଅବସର ପରେ ଫାର୍ମାସୀ ଅଫିସର ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ରବିବାର ଝରିଗାଁ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ଶତାଧିକ ଗ୍ରାମବାସୀ ପ୍ରଥମେ ଝରିଗାଁ ମେଡିକାଲ୍ କୋଲନୀରେ ପହଞ୍ଚିବା ପରେ ଶ୍ରୀ ମିଶ୍ରଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଘରୁ ପାଛୋଟି ଆଣି ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମର ମହିଳା ଏବଂ ପୁରୁଷ ମାନେ କାନ୍ଦିବାରେ ଲାଗିଥିଲେ । ଏହାପରେ ଝରିଗାଁ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଠାରେ ମଞ୍ଚାସିନ ହେଇଥିଲେ। ଦିନ ଥିଲା ଉପାନ୍ତ ଅଞ୍ଚଳ ଗୁଡିକୁ ସରକାରୀ ବାବୁ ମାନେ ବଦଳି ହୋଇ ଯିବା ପାଇଁ ଅମଙ୍ଗ ହେଉଥିଲେ। ଯଦିବା ଗଲେ କିଛି ମାସ ବା କିଛି ବର୍ଷ ମଧ୍ୟରେ ବିଭନ୍ନ ଲବି କରି ବିଭିନ୍ନ ସହରକୁ ବଦଳି ହୋଇ ଯାଉଥିଲେ। ଏପରି ସମୟରେ ୧୯୯୫ ମସିହାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ହୋଇଥିଲେ ସୁଦୁର ଯାଜପୁର ଜିଲ୍ଲା ଅନ୍ୟାସୀପୁର ଗ୍ରାମର ପ୍ରଦୀପ୍ତ ମିଶ୍ର । ସେହି ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ମାତ୍ର ଡାକ୍ତର ଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଘୋର ଅଭାବ ରହିଥିଲା। ଉକ୍ତ ସମୟରେ ଝରିଗାଁ ବ୍ଲକରେ ଘୋର ସଚେତନତା ଅଭାବ ଯୋଗୁଁ ଶହ ଶହ ଲୋକ ମ୍ୟାଲେରିଆ ରୋଗରେ ପୀଡିତ ହେଉଥିବା ବେଳେ ବର୍ଷା ଦିନ ମାନଙ୍କରେ ଗାଁ ଗାଁରେ ଝାଡା ବାନ୍ତି ଆକ୍ରାନ୍ତ ହେଉଥିଲେ। ଏପଟେ ଚନ୍ଦାହାଣ୍ଡି ଘାଟିର ସଂକୀର୍ଣ୍ଣ ରାସ୍ତାରେ ସବୁବେଳେ ଦୁର୍ଘଟଣା ମାନ ଘଟୁଥିଲା। ୧୯୯୫ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୨ ବର୍ଷ ଧରି ଏକ ମାତ୍ର ଡାକ୍ତର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ବେଳେ ଫାର୍ମାସିଷ୍ଟ ଶ୍ରୀ ମିଶ୍ର ଡାକ୍ତରଙ୍କୁ ସହଯୋଗ କରିବା ସହ ନିଜେ ସମସ୍ତ ରୋଗୀଙ୍କୁ ଦିନ ରାତି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। 

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow