ଅବ୍ୟବସ୍ଥା ଘେରରେ କଳାହାଣ୍ଡି ଜିଲ୍ଲା ସଡକ ପରିବହନ ନିଗମ।

May 25, 2025 - 16:43
0 78

ଭବାନିପାଟଣା/କଳାହାଣ୍ଡି,୨୫l୫(ଷ୍ଟାରନିୟୁଜ ଓଡିଶା): ସଡକ ପରିବହନ ନିଗମ ଘୋର ଅବ୍ୟବସ୍ଥା ଦେଇ ଗତି କରୁଥିବା ଅଭିଯୋଗ ହେଉଛି. ଭୁବନେଶ୍ବର ଭାୟା ଟିଟିଲାଗଡ଼, ଭବାନୀପାଟଣା ଦେଇ ଥୁଆମୂଳ ରାମପୁର ଯାଉଥିବା ବସ, ଥୁଆମୂଳ ରାମପୁର ନ ଯାଇ ଭବାନିପାଟଣା ରେ ରହୁଛି. ଏଣୁ ଥୁଆମୂଳ ରାମପୁର ରୁ ସିଧାସଳଖ ରାଜଧାନୀ ଭୁବନେଶ୍ଵର ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବାସୀ ସିଧାସଳଖ ରାଜଧାନୀ ଭୁବନେଶ୍ଵର କୁ ଯାଇ ନିଜ କାର୍ଯ୍ୟ ହାସଲ କରି ପୁଣି ନିଜ ଅଞ୍ଚଳ କୁ ସୁବିଧାରେ ପହଞ୍ଚି ପାରିବା ପାଇଁ ଏହି ବସ ର ବ୍ୟବସ୍ଥା କରାଯାଇଥିଲା. ହେଲେ ବସ ଥୁଆମୂଳ ରାମପୁର ନ ଯାଇ ଭବାନିପାଟଣା ରେ ରହିବା ଫଳରେ ଏହି ଦୁର୍ଗମ ଅଞ୍ଚଳ ର ଲୋକଙ୍କ ପାଇଁ ଘୋର ଅସୁବିଧା ହେଉଛି.ପୁଣି ଅଭିଯୋଗ ହେଉଛି ବସ ଟି ଟିଟିଲାଗଡ ସହର ଦେଇ ଯାଉଥିବାରୁ ସମୟର ଅଭାବ ରହୁଛି. ବସଟି ଟିଟିଲାଗଡ ସହର ଭିତରେ ନ ଯାଇ ବାଇପାସ ରେ ଗଲେ ଥୁଆମୂଳ ରାମପୁର ରେ ପହଞ୍ଚି ପାରନ୍ତା. ଯେଉ ଥୁଆମୂଳ ରାମପୁର ବାସୀ ଙ୍କ ନିମନ୍ତେ ଏହି ବସ ର ବ୍ଯବସ୍ଥା କରାଯାଇଛି.ସେହି ଅଞ୍ଚଳର ସାଧାରଣ ଲୋକେ ଏହି ସେବାରୁ ବଞ୍ଚିତ ହେଉ ଛନ୍ତି. ଭବାନୀପାଟଣା ରୁ ବିଶାଖପାଟଣା କୁ 3 ଗୋଟି ହାଇଟେକ ବସ ଯାତାୟତ କରୁଛି. ଏହି ବସ ଗୁଡିକ ଭବାନୀପାଟଣା ବସଷ୍ଟାଣ୍ଡ ରୁ ଛଡିବାର ନିର୍ଦ୍ଧିଷ୍ଟ ସମୟର 1 ଘଣ୍ଟା ପରେ ଛାଡୁଥିବା ର ଅଭିଯୋଗ ହେଉଛି. ସନ୍ଧ୍ଯା 5 ଘଣ୍ଟା ରେ ଭବାନିପାଟଣାରୁ ଛାଡିବାକୁ ଥିବା ଭବାନିପାଟଣା ରୁ ବିଶାଖା ପାଟଣା ବସ ସନ୍ଧ୍ୟା 5 ଘଣ୍ଟା ବଦଳ ରେ 6 ଘଣ୍ଟା ରେ ଗନ୍ତବ୍ୟ ସ୍ଥଳରୁ ବାହାରୁଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି. ଭବାନୀପାଟଣା ରୁ ଭାୟା ଭଞ୍ଜନଗର ଦେଇ କଟକ ଯାଉଥିବା ହାଇଟେକ ବସ ସନ୍ଧ୍ୟା 6 ଘଣ୍ଟାରେ ଭବାନୀପାଟଣା ରୁ ବାହାରିବା ର ନିର୍ଦ୍ଧିଷ୍ଟ ସମୟ ଥିଲେ ବି ପ୍ରାୟ ଦିନ 7 ଘଣ୍ଟା ରେ ଛାଡୁଥିବା ଅଭିଯୋଗ ହେଉଛି. ଏହି ବିଳମ୍ବ ଯୋଗୁ ବିଭିନ୍ନ ସ୍ଥାନରେ ଥିବା ଯାତ୍ରୀ ଏହି ବସରେ ଚଢିବାର ଥିଲେ ବି ଅନ୍ୟ ବେସରକାରୀ ବସରେ ଯାତ୍ରୀ ଯାଇଥାନ୍ତି. ଯାହାରି ଫଳରେ ସରକାରୀ ରାଜସ୍ଵ କ୍ଷତି ହେଉଛି. ଦୂରଦୂରାନ୍ତ କୁ ଯାତାୟତ କରୁଥିବା ବସ ଗୁଡିକ ର ସଠିକ ମରାମତି କରାଯାଉ ନଥିବାରୁ ରାସ୍ତାରେ ବସଟି ଖରାପ ହେଉ ଥିବା ପୁଣି ଯାତ୍ରୀ ହଇରାଣ ହରକତ ହେଉଛନ୍ତି ମେଣ୍ଟ ନେସ ଅଭାବରୁ, ଯାତ୍ରୀ ବସୁଥିବା ସିଟ ଗୁଡିକ ଖରାପ ହୋଇଯାଇଛି. ସଡ଼କ ପରିବହନ ନିଗମ ରେ ସ୍କ୍ୱାର୍ଡ ଟିମ ପାଇଁ ସରକାରୀ ଭାବେ ଭ୍ରାମ୍ୟମାଣ ବୁଲେରୋ ର ବ୍ୟବସ୍ଥା କରାଯାଇଛି. ତଥାପି ଏହି ଗାଡି ବ୍ୟବହାର ନ କରି ଅନ୍ୟ ଏକ ଗାଡି ବ୍ୟବହାର କରି ପ୍ରତିଦିନ ସରକାରୀ ତହବିଲରୁ ତେଲ ଖର୍ଚ କରାଯାଉଛି ବୋଲି ଅଭିଯୋଗ ହେଉଛି. ଏ ସମ୍ପର୍କରେ ଜିଲା ପରିବହନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ବସ ମେଣ୍ଟେନାସ ହେଉ ନଥିବା ଅଭିଯୋଗ କୁ ଅସ୍ୱୀକାର କରିଥିଲେ ରାଜଧାନୀ ରୁ ଥୁଆମୂଳ ରାମପୁର ଆସୁଥିବା ସରକାରୀ ବସ ଭବାନୀପାଟଣା ରେ ରହୁଥିବା ଅଭିଯୋଗ ଅସ୍ୱୀକାର କରି କହିଥିଲେ ସବୁଦିନ ଭବାନୀପାଟଣା ରେ ରୁହେ ନାହିଁ. ବେଳେବେଳେ ଗାଡି ର ଅସୁବିଧା ଯୋଗୁ ଏଭଳି ସମସ୍ୟା ର ସମୂଖୀନ ହେଉଛୁ ବୋଲି ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User