ଅସମ୍ପୂର୍ଣ୍ଣ ନଦୀବନ୍ଧ କାର୍ଯ୍ୟ ଯୋଗୁଁ ସୁକୁନାଭଟାରେ ବନ୍ୟା ବିଭୀଷିକା

Aug 01, 2026 - 12:55
Updated: 1 month ago
0 7
ଅସମ୍ପୂର୍ଣ୍ଣ ନଦୀବନ୍ଧ କାର୍ଯ୍ୟ ଯୋଗୁଁ ସୁକୁନାଭଟାରେ ବନ୍ୟା ବିଭୀଷିକା

କେସିଙ୍ଗା, ୧l୭ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଶ୍ରୁପଡା ଗ୍ରାମପଞ୍ଚାୟତର ସୁକୁନାଭଟା ଗ୍ରାମରେ ଅସମ୍ପୂର୍ଣ୍ଣ ନଦୀବନ୍ଧ କାର୍ଯ୍ୟ ଯୋଗୁଁ ସମ୍ପ୍ରତି ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି। ବନ୍ୟାଜଳରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ଧାନ ସହ ବିଭିନ୍ନ ଫସଲ ନଷ୍ଟ ହୋଇଥିବା ବେଳେ ଶତାଧିକ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏହି ପରିପ୍ରେକ୍ଷୀରେ ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନେ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଯଦି ନଦୀବନ୍ଧ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ଏତେ ବଡ଼ କ୍ଷୟକ୍ଷତିକୁ ଏଡ଼ାଯାଇପାରିଥାନ୍ତା।
ଦାବିପତ୍ରରେ ପ୍ରଭାବିତ ଅଞ୍ଚଳର ତୁରନ୍ତ ସରକାରୀ ସର୍ଭେ, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଶୀଘ୍ର କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ, ଅସମ୍ପୂର୍ଣ୍ଣ ନଦୀବନ୍ଧ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଭବିଷ୍ୟତରେ ବନ୍ୟା ଦୁର୍ଘଟଣାକୁ ରୋକିବା ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଏବଂ ବନ୍ଧ କାର୍ଯ୍ୟରେ ବିଳମ୍ବ ହେବାର କାରଣ ତଦନ୍ତ କରି ଯିଏ ଏହାର ଦାୟିତ୍ୱ ନେଇଥିଲେ ସେ ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇବା ସହ ନଦୀବନ୍ଧ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କଲେ ଭବିଷ୍ୟତରେ ଏଭଳି ବନ୍ୟା ବିଭୀଷିକାରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ମିଳିପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User