କୋଇଲା ବୋଝେଇ ମାଲବାହୀ ଟ୍ରେନର ୱାଗନରେ ଅଗ୍ନିକାଣ୍ଡ, ନର୍ଲା ରୋଡ଼ ଷ୍ଟେସନରେ ଅଟକିଲା ଟ୍ରେନ
ନର୍ଲା, ୩୧/୦୭ (ଷ୍ଟାର ନ୍ୟୁଜ ଓଡ଼ିଶା):

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ୱାଗନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ଜଣାପଡ଼ିବା ମାତ୍ରେ ରେଳ ବିଭାଗ ତୁରନ୍ତ ସତର୍କତା ଅବଲମ୍ବନ କରି ଟ୍ରେନକୁ ନର୍ଲା ରୋଡ଼ ରେଳ ଷ୍ଟେସନରେ ଅଟକାଇ ଜରୁରୀ ପଦକ୍ଷେପ ଗ୍ରହଣ କରିଥିଲା।
ଖବର ପାଇ ନର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡ ଯୋଗୁଁ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା ପ୍ରାଥମିକ ସୂଚନା ମିଳିଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ସ୍ୱାଭାବିକ ହେବା ପରେ ଟ୍ରେନ ଚଳାଚଳ ପୁନର୍ବାର ଆରମ୍ଭ କରାଯାଇଥିବା ଜଣାପଡ଼ିଛି।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ ଓଡ଼ିଶା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)