ଉତ୍କେଲାରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ କେସିଙ୍ଗା ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ

Feb 08, 2026 - 15:35
0 69
ଉତ୍କେଲାରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ  କେସିଙ୍ଗା ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ


କେସିଙ୍ଗା,  ୦୮/୦୨(ଷ୍ଟାର ନିୟୁଜ ଓଡିଶା) – ରାଜ୍ୟର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉତ୍କେଲାର ବିମାନବନ୍ଦର  ପଡି଼ୟlରେ ଆଗମନକୁ ନେଇ କେସିଙ୍ଗା ବ୍ଲକରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଦେଇଛି। କେସିଙ୍ଗା ବ୍ଲକ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ଦ୍ୱାରା ଉପମୁଖ୍ୟ ମନ୍ତ୍ରୀଙ୍କୁ ଉତ୍କେଲାରେ ଭବ୍ୟ ଓ ସୁସଂଗଠିତ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ପୂରା ହୋଇଛି।
ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୯:୦୦ ଟା ସମୟରେ ଶ୍ରୀମତୀ ପ୍ରଭାତି ପରିଡା ଉତ୍କେଲାରେ ପହଞ୍ଚିବେ। ତାଙ୍କ ଆଗମନ ସମୟରେ କେସିଙ୍ଗା ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପାରମ୍ପରିକ ଉପାୟରେ, ଫୁଲମାଳା, ସ୍ୱାଗତ ତୋରଣ, ଓ ସଂସ୍କୃତିକ ଆଦର ସହ ଉପମୁଖ୍ୟ ମନ୍ତ୍ରୀଙ୍କୁ ଉଷ୍ମ ଅଭିନନ୍ଦନ ଜଣାଇବେ।
ଏହି ସ୍ୱାଗତ କାର୍ଯ୍ୟକ୍ରମ କେବଳ ଏକ ଔପଚାରିକତା ନୁହେଁ, ବରଂ ମହିଳା ସଶକ୍ତିକରଣ, ସ୍ୱୟଂରୋଜଗାର ଓ ଗ୍ରାମୀଣ ଉନ୍ନତିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକାକୁ ପ୍ରକାଶ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର ବୋଲି ସଦସ୍ୟାମାନେ ମତ ପ୍ରକାଶ କରିଛନ୍ତି।
ଉପମୁଖ୍ୟ ମନ୍ତ୍ରୀଙ୍କ ଆଗମନ ପରେ ସେ କେସିଙ୍ଗା ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଏହି ପରିଦର୍ଶନ କାଳରେ ସେ ବ୍ଲକ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ କାର୍ଯ୍ୟକଳାପ, ଗ୍ରାମୀଣ ଜୀବିକା ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ ହେବେ।
ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି ଯେ, ଶ୍ରୀମତୀ ପ୍ରଭାତି ପରିଡା ଦୀର୍ଘଦିନ ଧରି ମହିଳା ଉନ୍ନତି, ମା’ମାନଙ୍କ ସଶକ୍ତିକରଣ ଓ ସ୍ୱାବଳମ୍ବନ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ଆଗମନ ଦ୍ୱାରା କେସିଙ୍ଗା ବ୍ଲକର ମହିଳାମାନେ ଅଧିକ ଉତ୍ସାହିତ ହେବେ ଏବଂ ନିଜ ଅଞ୍ଚଳର ଉନ୍ନତି ପାଇଁ ନୂଆ ପ୍ରେରଣା ମିଳିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
ସମଗ୍ର କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ସଫଳ କରିବା ପାଇଁ ପ୍ରଶାସନ, ବ୍ଲକ କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସମନ୍ୱୟରେ କାମ କରୁଛନ୍ତି।
ଉପମୁଖ୍ୟ ମନ୍ତ୍ରୀଙ୍କ ଏହି ଦୌରା କେସିଙ୍ଗା ବ୍ଲକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ ବୋଲି ସାଧାରଣ ଜନତା ଆଶା ପ୍ରକାଶ କରୁଛନ୍ତି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User