ଏବିଭିପି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ।

ଭବାନୀପାଟଣା ୫l୬(ଷ୍ଟାରନିୟୁଜ ଓଡିଶା)ଆମେ ଯେତେବେଳେ 'ଜୀବନ ' ଶବ୍ଦ ବିଷୟରେ ଆଲୋକପାତ କରିବା ତାହେଲେ ସର୍ବପ୍ରଥମେ ଆମ ଆଲୋଚନା ପରିସରକୁ ଯେଉଁ ବିଷୟଟି ଆସିବ ତାହା ହେଉଛି 'ବୃକ୍ଷ' | "ଜୀବନ" ଶବ୍ଦରୁ ହିଁ ଜୀବର ପରିକଳ୍ପନା | ଏହି ଆମ ପୃଥିବୀରେ ମଣିଷ ରୂପୀ ଜୀବର ଉତ୍ପତ୍ତିର ବହୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ମଣିଷ ଜୀବନକୁ ସରସ ଏବଂ ସୁନ୍ଦର କରି ଗଢି ତୋଲିଥିବା ଏହି ଉଦ୍ଭିଦମାନଙ୍କର ସୃଷ୍ଟି | ଏକଥା କେହି ଆସ୍ଵୀକର କରିବେନି ଯେ ମଣିଷର କେହି ଯଦି ଅନ୍ତରଙ୍ଗ ବନ୍ଧୁ ବା ମଣିଷର ସବୁ ପ୍ରକାର ଆବଶ୍ୟକତାକୁ ପୂରଣ କରୁଥିବା ଉପାଦାନ ହେଉଛି ଏହି ବନସ୍ପତି | ଇତିହାସର ପ୍ରବହାମନ ମଧ୍ୟରେ ମଣିଷ ତାର ସ୍ବାର୍ଥକୁ ଆଖି ଆଗରେ ରଖି ଯେଉଁ ବିଳାସପୂର୍ଣ୍ଣ ଜୀବନ ଏବଂ ଆଭିଜାତ୍ୟ ଶ୍ରେଣୀର ନିଜକୁ ପରିଚୟ ଦେବାକୁ ଯାଇ ଏମିତି ଏକ ମୋହରେ ମତ୍ତ ହୋଇ ବିଭିନ୍ନ ପ୍ରକାର ଚକମକ କରୁଥିବା କୋଠାମାନ ନିର୍ମାଣ , ନିଜସ୍ୱ ମାଲିକାନା ଅନ୍ତର୍ଭୁକ୍ତ ବ୍ୟୟବହୁଳ ଯାନବାହାନ ପରିଚାଳନା ଏବଂ ଅତ୍ୟାଧୁିନିକ ପ୍ଲାଷ୍ଟିକ ବସ୍ତୁର ବ୍ୟବହାର ଇତ୍ୟାଦି ଯୋଗୁଁ ସମୟକ୍ରମେ ପ୍ରକୃତିର ଅବକ୍ଷୟ ସ୍ତର ଆସି ଆମ୍ଭମାନଙ୍କ ସମ୍ମୁଖରେ ଉପନୀତ | ବେପରୁଆ ଭାବରେ ଗଛ କାଟିବା ଦ୍ଵାରା ବିଭିନ୍ନ ପରିବେଶଜନିତ ସମସ୍ୟା ଯଥା - ଜଳବାୟୁ ପରିବର୍ତ୍ତନ,ଋତୁଚକ୍ରରେ ପରିବର୍ତ୍ତନ,ବାୟୁ ପ୍ରଦୂଷଣ ଇତ୍ୟାିଦି ସମସ୍ୟା ଦେଖାଦେଇଛି | ପ୍ରକାଶ ଥାଉକି ପରିବେଶର କ୍ଷୟକ୍ଷତି ଏବଂ ସୁରକ୍ଷାକୁ ଦୃଷ୍ଟିପାତ କରି ୧୯୭୨ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାର 'ଷ୍ଟକ୍ ହୋମ ସମ୍ମିଳନୀ ' ରେ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ନାମରେ ଘୋଷଣା କରାଗଲା ଏବଂ ପରିବେଶ ସୁରକ୍ଷା ନିମିତ୍ତ କେତେକ ନୀତି ସମ୍ବନ୍ଧରେ ଏ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେଲା ଯେପରି ୧.ପରିବେଶଜନିତ ନୀତି ଏବଂ ଶିକ୍ଷା,୨. ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁ୍ତିବିଦ୍ୟା ଇତ୍ୟାଦି | ଏପରି ଏକ ପବିତ୍ର ଦିବସରେ ପରିବେଶକୁ ସବୁଜମୟ ତଥା ପ୍ରଦୂଷଣ ମୁକ୍ତ ଏବଂ ସର୍ବସାଧାରଣଙ୍କର ଜୀବନଧାରଣର ମାନ ଉଚ୍ଚ କରିବାର ସଂକଳ୍ପ ନେଇ ଏବିଭିପି ଭବାନୀପାଟଣାର କାର୍ଯ୍ୟକର୍ତାଙ୍କ ଦ୍ଵାରା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ 'ବୃ୍ଷରୋପଣ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି | ଏପରି ଏକ ମହତ ତଥା ମାନବିକତାର ପରିଚୟ ବହନ କରୁଥିବା କାର୍ଯ୍ୟକ୍ରମ ରେ ସମୀପ କୁମାର ରାଉତ,ଦେବାଶିଷ ପଟ୍ଟନାୟକ, ସତ୍ୟସ୍ୱୋରୁପ ସ୍ୱାଇଁ, ଆଶି ତ ମହାନ୍ତି, ହେମନ୍ତ ନାଏକ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |
ଭବାନୀପାଟଣା ରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?






