କଂଗ୍ରେସ ପକ୍ଷରୁ ମହିଳା ସୁରକ୍ଷା ଓ ନ୍ୟାୟ ଦାବି ରେ କ୍ୟାଣ୍ଡେଲ ଶୋଭାଯାତ୍ରା।

Apr 16, 2025 - 09:29
0 46
କଂଗ୍ରେସ ପକ୍ଷରୁ ମହିଳା ସୁରକ୍ଷା ଓ ନ୍ୟାୟ ଦାବି ରେ କ୍ୟାଣ୍ଡେଲ ଶୋଭାଯାତ୍ରା।

କେସିଙ୍ଗା,୧୭l୪ (ଷ୍ଟାରନିଉଜ ଓଡିଶା): ଓଡ଼ିଶା ରେ କଂଗ୍ରେସ ଦଳର ମଙ୍ଗୁଆଳ ଭାବରେ ଯେବେଠୁ ଭକ୍ତ ଚରଣ ଦାସ ଦାୟିତ୍ଵ ଗ୍ରହଣ କଲେ ସେହି ଦିନ ଠୁ କଂଗ୍ରେସ ଦଳ ର ପୁରୁଣା ନେତା ଓ କଂଗ୍ରେସ ଦଳ ର ଦୃଢ଼ ସମର୍ଥକ ଙ୍କ ମଧ୍ୟରେ ନୂଆଁ ଆଶା ଓ ଉଦ୍ଦୀପନା ଜାଗ୍ରତ ହୋଇଛି । ଏହାର ଉଦାହରଣ ତ ଆମେ ସମସ୍ତେ ସ୍ଵଚକ୍ଷୁ ରେ ଅବା ବିଭିନ୍ନ ଗଣମାଧ୍ୟମରେ ଦେଖି ସାରିଛୁ,ଭୁବନେଶ୍ୱର ରେ ହୋଇ ଥିବା କଂଗ୍ରେସ ର ସମାବେଶ ରୁ , ଠିକ୍ ସେହି ଭଳି ଓଡ଼ିଶା କଂଗ୍ରେସ ଦଳ ର ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କ୍ରମେ ଆଜି ମହିଳା ସୁରକ୍ଷା କୁ ନେଇ ରାଜ୍ୟ ର ପ୍ରତେକ୍ ବ୍ଲକ୍ ରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ମଧ୍ୟ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନର୍ଲା ନିର୍ବାଚନ ମଣ୍ଡଳୀ ର ଯୁବ ସଭାପତି ଦିପୁ ପାତ୍ର ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ ଶୋଭାଯାତ୍ରା ଟି ନର୍ଲା ଡାକ ବଙ୍ଗଳା ରୁ ବାହାରି ବିଜେପି ସରକାର୍ ଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା ପରେ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ଶୋଭାଯାତ୍ରା ରେ ନର୍ଲା ବ୍ଲକ୍ ର କଂଗ୍ରେସ ନେତା କର୍ମୀ ଙ୍କ ସହିତ ଶତାଧିକ କଂଗ୍ରେସ୍ ସମର୍ଥକ, ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

କେସିଙ୍ଗା ରୁ ବିୟୁରୋରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User