କଳାହାଣ୍ଡି ଜିଲ୍ଲାରେ ଗୃହରକ୍ଷୀ ( ହୋମଗାର୍ଡ) ନିଯୁକ୍ତି ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ଆଶାୟୀ।
କଳାହାଣ୍ଡି ଜିଲ୍ଲା ୧୬/୯( ଷ୍ଟାର ନିୟୁଜ ଓଡିଶା )ଗୃହରକ୍ଷୀ (ହୋମଗାର୍ଡ) ନିଯୁକ୍ତି ରେ ବ୍ୟାପକ ଅନିୟମିତତା ଓ ଅର୍ଥକାରବାର ହୋଇଥିବା ନେଇ ଆଶାୟୀ ଯୁବକ ଯୁବତୀ ମାନେ ଅଭିଯୋଗ ଆଣିଛନ୍ତି। ବିଶ୍ବବିଦ୍ୟାଳୟ ପଡିଆ ଠାରେ ଆଶାୟୀ ଏକତ୍ରିତ ହୋଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ବିରୋଧ ରେ ରାଲି କରିବା ସହ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବାର ଥିଲା । ଯାହାକୁ କଳାହାଣ୍ଡି ପୋଲିସ ପକ୍ଷରୁ ବୁଝାସୁଝା କରି ଅଟକାଇଥିଲେ। ତଥାପି ମଧ୍ୟ ସମସ୍ତ ପ୍ରାର୍ଥୀ ଙ୍କ ମାର୍କ ତାଲିକା ସାର୍ବଜନୀନ କରିବା ସହ ସମସ୍ତ ତଥ୍ୟ ଦେବାକୁ ଦାବି ହୋଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା


What's Your Reaction?
Like
1
Dislike
0
Love
0
Funny
1
Wow
0
Sad
0
Angry
0
Comments (0)