କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ
ଭବାନୀପାଟଣା, ୫/୭ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ପୋଲିସ ଏକାଧିକ ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ବଡ଼ ସଫଳତା ହାସଲ କରିଛି। ଗୋଲାମୁଣ୍ଡା, କୋକସରା ଓ କେଗାଁ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲାର ତଦନ୍ତ ସମୟରେ ପୋଲିସ ଏକ ସକ୍ରିୟ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ₹୪,୪୨,୦୦୦ ଟଙ୍କା ନଗଦ ଏବଂ ପ୍ରାୟ ୭୮ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି। ଜବତ ସାମଗ୍ରୀ ବିଭିନ୍ନ ଚୋରି ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ଏହି ସଫଳ ଅଭିଯାନ କଳାହାଣ୍ଡି ପୋଲିସର ତତ୍ପରତା ଓ ଦକ୍ଷ ତଦନ୍ତର ପରିଚୟ ବହନ କରୁଛି। ଅପରାଧ ନିୟନ୍ତ୍ରଣ ଏବଂ ଜିଲ୍ଲାରେ ଆଇନ-ଶୃଙ୍ଖଳା ସୁଦୃଢ଼ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ସହ ଅଧିକ ତଦନ୍ତ ଜାରି ରହିଛି।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ,
କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ ଓଡ଼ିଶା।
What's Your Reaction?