ସ୍ମଶାନରୁ ପରିବେଶ ସୁରକ୍ଷା ର ସଂକଳ୍ପ : ପୁରୁଣାପଡ଼ା ରେ ୭୭ ତମ ବନ ମହୋତ୍ସବ ପାଳିତ

Jul 5, 2026 - 22:07
 0  8
ସ୍ମଶାନରୁ ପରିବେଶ ସୁରକ୍ଷା ର ସଂକଳ୍ପ : ପୁରୁଣାପଡ଼ା ରେ ୭୭ ତମ ବନ ମହୋତ୍ସବ ପାଳିତ

ଭବାନୀପାଟଣା, ୫l ୭:(ଷ୍ଟାରନିୟୁଜ ଓଡିଶା)ଭବାନୀପାଟଣା ସହର ଅନ୍ତର୍ଗତ ୧୪, ୧୫ ଓ ୧୬ ନମ୍ବର ୱାର୍ଡ ତଥା ପୁରୁଣା ପଡ଼ା ଶ୍ମଶାନ ଘାଟ ପରିସରରେ ଆଜି କଳାହାଣ୍ଡି ଉତ୍ତର ବନଖଣ୍ଡ ଏବଂ ପୁରୁଣା ପଡ଼ା ଶ୍ମଶାନ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶ୍ମଶାନ ସୁରକ୍ଷା ସମିତିର ୧୫ ତମ ସଫାଇ କାର୍ଯ୍ୟ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ଅଧ୍ୟକ୍ଷ ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ।
​ଏହି ବନ ମହୋତ୍ସବରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ (DFO) ପ୍ରଭାକର ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱ ଆଥଲେଟ ପାରା ବ୍ୟାଡମିଣ୍ଟନ ବିଜେତା ଆକାଶ ମୁଣ୍ଡ, ଏସିଏଫ୍ (ACF) ଲିଲି ଅମାନତ୍ୟା, ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, କାଉନସିଲର ରଞ୍ଜୁକ୍ତା ପ୍ରଧାନ, ମହେନ୍ଦ୍ର ରାଉତ, ୧୫ ନଂ ର ପୂର୍ବତନ କାଉନସିଲର ସବିତା ପ୍ରଧାନ ବନ ଅଧିକାରୀ ଠଣ ସୁନ୍ଦର ଧରୁଆ, ରେଖା ରାଣୀ ମହାପାତ୍ର ଏବଂ ବିଶିକେଶନ କରୁଆଁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଶ୍ମଶାନ ସୁରକ୍ଷା ସମିତିର ଏଭଳି ମହତ ଓ ପରିବେଶ ଅନୁକୂଳ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ।
​ମହୋତ୍ସବ ଅବସରରେ ଉପସ୍ଥିତ ଥିବା ଶତାଧିକ ପରିବେଶ ଓ ବୃକ୍ଷ ପ୍ରେମୀଙ୍କ ଦ୍ୱାରା ଶ୍ମଶାନ ପରିସରରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି ସାରସ୍ବତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ନାରାୟଣ ପଣ୍ଡା ସଫଳତାର ସହ ମଞ୍ଚ ପରିଚାଳନା କରିଥିବା ବେଳେ କମ୍ଭୁ ପାଣି ପରିଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
​ଏହି ସମଗ୍ର କାର୍ଯ୍ୟକ୍ରମରେ ସୀତାକାନ୍ତ ପ୍ରଧାନ, ଇନ୍ଦ୍ରଜିତ୍ ମହାକୁଡ଼,ଦୁଃଖିଶ୍ୟାମ ପ୍ରଧାନ, ଗୋପାଳ ମହାରଣା, ସନ୍ତୋଷ ପ୍ରଧାନ, ଜୟ ପ୍ରଧାନ, ବିଜୟଲକ୍ଷ୍ମୀ ପରିଛା, ସିଦ୍ଧାର୍ଥ ନାୟକ, ଶ୍ରୀଧର ପଳେଇ, ଅଶ୍ୱିନୀ ପ୍ରଧାନ, ରବି ସ୍ୱାଇଁ ଓ ମାନସ ଜେନା ଏବଂ ବରିଷ୍ଠ ବନ କର୍ମଚାରୀ ଭବାନୀ ଶଙ୍କର ପରିଛା ଙ୍କ ସମେତ ସ୍ଥାନୀୟ ସମ୍ଭୁନଗର୍, ତଳପଡା , ଭୋଇଗୁଡା , ହିଲ୍ଲଟାଉନ୍ ଓ ଦେୱାନ ସାହେବପଡ଼ା ବାସୀ ମାନେ ବର୍ଷା ହେବା ସହ ମଧ୍ୟ ଉପସ୍ଥିତ ରହି ବନ ମହୋତ୍ସବରେ ସକ୍ରିୟ ସହଯୋଗ କରିଥିଲେ। ବିଶେଷ କରି 'ଇ-ଦୋସ୍ତି'ର ପ୍ରତିଷ୍ଠାତା ଗଜେନ୍ଦ୍ର ଡାକୁଆଙ୍କ ସଂସ୍ଥାର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR