ତାର ବାଡ଼ରେ ଫସିଲା ବନ୍ୟ ଭାଲୁ, ଟ୍ରାଙ୍କୁଲାଇଜ୍ କରି ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

Jul 11, 2026 - 20:36
0 63
ତାର ବାଡ଼ରେ ଫସିଲା ବନ୍ୟ ଭାଲୁ, ଟ୍ରାଙ୍କୁଲାଇଜ୍ କରି ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧ l ୭ (ଷ୍ଟାରନିୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କିନେରକେଲା ଗ୍ରାମରେ ଏକ ଚାଷ ଜମିକୁ ଘେରି ରହିଥିବା ତାର ବାଡ଼ରେ ଏକ ବନ୍ୟ ଭାଲୁ ଫସିଯାଇଥିବା ଘଟଣା ଶନିବାର ସକାଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଭାଲୁଟି ମୁକ୍ତ ହେବା ପାଇଁ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ।
ସୂଚନା ପାଇ କେସିଙ୍ଗା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଭାଲୁଟି ଉତ୍ତେଜିତ ଅବସ୍ଥାରେ ଥିବାରୁ କୌଣସି ଅଘଟଣ ଏଡ଼ାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଦୂରତାରେ ରହିବାକୁ ପରାମର୍ଶ ଦିଆଯାଇଥିଲା।
ପରବର୍ତ୍ତୀ ସମୟରେ ରାପିଡ୍ ଏକ୍ସନ ଟିମ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପହଞ୍ଚି ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରି ସୁରକ୍ଷିତ ଭାବେ ଅଚେତ କରିଥିଲେ। ଏହାପରେ ତାର ବାଡ଼ରୁ ସାବଧାନତାର ସହ ଭାଲୁଟିକୁ ମୁକ୍ତ କରାଯାଇଥିଲା।
ତାର ବାଡ଼ରେ ଫସିବା ଯୋଗୁଁ ଭାଲୁଟି ସାମାନ୍ୟ ଆହତ ହୋଇଥିବାରୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ଭାଲୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ନିଶ୍ଚିତ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।
ଏହି ଘଟଣା ପରେ ବନାଞ୍ଚଳ ସଂଲଗ୍ନ ଗ୍ରାମବାସୀଙ୍କୁ ବନ୍ୟଜନ୍ତୁ ଦେଖିଲେ ନିଜେ ଉଦ୍ଧାର କରିବାକୁ ଚେଷ୍ଟା ନକରି ତୁରନ୍ତ ବନ ବିଭାଗକୁ ସୂଚନା ଦେବା ସହ ନିରାପଦ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User