କଳାହାଣ୍ଡି ରେଳ ଉନ୍ନୟନ ନେଇ ଇଷ୍ଟକୋଷ୍ଟ ରେଳବାଇ ଡିଆରଏମଙ୍କ ସହ ଆଲୋଚନା କେସିଙ୍ଗା ଓ ଭବାନୀପାଟଣା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଉପସ୍ଥାପନ

May 11, 2026 - 18:32
0 7
କଳାହାଣ୍ଡି ରେଳ ଉନ୍ନୟନ ନେଇ ଇଷ୍ଟକୋଷ୍ଟ ରେଳବାଇ ଡିଆରଏମଙ୍କ ସହ ଆଲୋଚନା କେସିଙ୍ଗା ଓ ଭବାନୀପାଟଣା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଉପସ୍ଥାପନ

କେସିଙ୍ଗା, ତା. ୧୧/୦୫: ( ଷ୍ଟାର ନିୟୁଜ ଓଡିଶା )
କଳାହାଣ୍ଡି ଜିଲ୍ଲାର ରେଳ ଉନ୍ନୟନ ଓ ଯାତ୍ରୀ ସୁବିଧାକୁ ନେଇ ଇଷ୍ଟକୋଷ୍ଟ ରେଳବାଇ ସମ୍ବଲପୁର ଡିଭିଜନର ଡିଆରଏମଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ଆଲୋଚନାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ଏବଂ ଯାତ୍ରୀଙ୍କ ଦୀର୍ଘଦିନର ଦାବି ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା।
ପ୍ରତିନିଧି ଦଳ ପକ୍ଷରୁ ରାମଚନ୍ଦ୍ରପୁର, ଦେପୁର ଓ କୁଟୃଖମାର ଷ୍ଟେସନରେ ସମସ୍ତ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନର ରହଣି ପୁନଃସ୍ଥାପନ କରିବାକୁ ଦାବି କରାଯାଇଥିଲା। ସେହିପରି କେସିଙ୍ଗା ରେଳ ଷ୍ଟେସନରେ ଡାଉନ୍ ଟ୍ରେନ ପାଇଁ ୪ ନମ୍ବର ପ୍ଲାଟଫର୍ମ ଅନୁମୋଦନ, କେସିଙ୍ଗା-ଭୁବନେଶ୍ୱର ସିଧାସଳଖ ଟ୍ରେନ ସେବା ଆରମ୍ଭ, ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରସ୍ଥାନ ସମୟ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଭବାନୀପାଟଣା ରେଳ ଷ୍ଟେସନରେ ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ ସହ ଅମୃତ ଭାରତ ଯୋଜନା ଅଧୀନରେ ଚାଲିଥିବା ଷ୍ଟେସନ ଉନ୍ନୟନ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମଧ୍ୟ ପ୍ରତିନିଧି ଦଳ ଦାବି ଉଠାଇଥିଲେ।
ଏହା ସହ ଇଷ୍ଟକୋଷ୍ଟ ରେଳବାଇର ସିନିୟର ଡିସିଏମଙ୍କୁ ମଧ୍ୟ ଏହି ସମସ୍ତ ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଯାଇଥିଲା। ପୂର୍ବରୁ ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେଓ ଏବଂ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ରେଳ ମନ୍ତ୍ରଣାଳୟ ନିକଟରେ ଉଠାଇଥିବା ବିଭିନ୍ନ ଦାବିକୁ ମଧ୍ୟ ଏହି ବୈଠକରେ ପୁନର୍ବାର ଉପସ୍ଥାପନ କରାଯାଇଥିଲା।
ଏହି ପ୍ରତିନିଧି ଦଳରେ ଡକ୍ଟର.ଭବାନୀ ଶଙ୍କର ନିହଲା, କେସିଙ୍ଗା କେଆରୱାଇଏସର ସଭାପତି ବଣ୍ଟି ଅଗ୍ରୱାଲ, ରାମଚନ୍ଦ୍ରପୁର ୟୁନିଟ ସଭାପତି ପ୍ରଭାତ ରଞ୍ଜନ ବେହେରା, ଭବାନୀପାଟଣା କେଆରୱାଇଏସ ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ରାମଚନ୍ଦ୍ରପୁର ୟୁନିଟର ପରାମର୍ଶଦାତା କିଶୋର ପୁରୋହିତ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ ଓ ଚନ୍ଦ୍ରଧ୍ୱଜ ମାଝୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User