କାଳବୈଶାଖୀ ହେଲା କାଳ,କ୍ୟାମ୍ପ୍ ଭୁଶୁଡ଼ି ଜଗୁଆଳିଙ୍କ ମୃତ୍ୟୁ |

Apr 07, 2026 - 04:38
0 16
କାଳବୈଶାଖୀ ହେଲା କାଳ,କ୍ୟାମ୍ପ୍ ଭୁଶୁଡ଼ି ଜଗୁଆଳିଙ୍କ ମୃତ୍ୟୁ |

କଳାହାଣ୍ଡି ଜିଲ୍ଲା ୭/୪( ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡା ଠାରେ ଥିବା ଡିଡି ବିଲଡରର ଏକ ଅସ୍ଥାୟୀ କ୍ୟାମ୍ପ କାଳବୈଶାଖୀ ଯୋଗୁଁ ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ରାତ୍ରି ଜଗୁଆଳି କେଶବ ବିଶିଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ କେଶବଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।ଖବର ପାଇ ଜୟପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିଛି।ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।ଆଜି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଥିବା ବେଳେ ମୃତ କେଶବଙ୍କ ତିନିଟି ସନ୍ତାନଙ୍କ ନାମରେ ଦୁଇ ଦୁଇ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ସହ ଶବ ସତ୍କାର ଓ ଦଶାହ କାର୍ଯ୍ୟ ପାଇଁ ନଗଦ ୫୦ ହଜାର ଟଙ୍କା ପରିବାରକୁ ପ୍ରଦାନ କରାଯାଇଛି l
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User