ଟ୍ରାକଟର ଓଲଟି ନାବାଳକ ମୃତ, ଚାରି ଫୁଟ ଜମି ତଳକୁ ଖସି ପଡିଲା ଟ୍ରାକଟର |ଟ୍ରାକଟର ତଳେ ଚାପି ହୋଇ ପଡ଼ି ଥିଲେ ନାବାଳକ |

Apr 7, 2026 - 04:36
 0  12
ଟ୍ରାକଟର ଓଲଟି ନାବାଳକ ମୃତ, ଚାରି ଫୁଟ ଜମି ତଳକୁ ଖସି ପଡିଲା ଟ୍ରାକଟର |ଟ୍ରାକଟର ତଳେ ଚାପି ହୋଇ ପଡ଼ି ଥିଲେ ନାବାଳକ |

କଳାହାଣ୍ଡି ଜିଲ୍ଲା ୦୭/⁰୪( ଷ୍ଟାର ନିୟୁଜ ଓଡିଶା )କୋକସରା ଥାନା ଛଞ୍ଚାଣ ବାହାଲି ପଞ୍ଚାୟତପଲସପାଣି ଗ୍ରାମରେ ଟ୍ରାକଟର ଦୁର୍ଘଟଣା ରେ ଜଣେ ନାବାଳକ ର ମୃତ୍ୟୁ ଘଟିଛି |ମୃତ ନାବାଳକ ଜଣକ ପଲସ ପାଣି ଗ୍ରାମର ଦେବେନ୍ଦ୍ର ହଂସ ଙ୍କ ଆଠ ବର୍ଷର ପୁଅ କ୍ରିଶ ହଂସ ବୋଲି ସୂଚନା ମିଳିଛି |ସୂଚନା ଅନୁସାରେ ସେହି ଗ୍ରାମର ଏକ ଟ୍ରାକଟର ବସି ଆସୁଥିବା ବେଳେ ସମୟ ରେ ଟ୍ରାକଟର ଅଚାନକ ଓଲଟି ପଡି ଯିବାରୁ ଘଟଣା ସ୍ଥଳରେ ହିଁ କ୍ରିଶ ର ମୃତ୍ୟୁ ହୋଇଥିବା ଜଣାଯାଇଛି |ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ଜବତ କରି କୋକସରା ଡାକ୍ତର ଖାନା କୁ ପଠାଇ ଥିବା ବେଳେ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ହେବା ନେଇ ଜଣା ପଡିଛି |ଏନେଇ କୋକସରା ଥାନା ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି |

What's Your Reaction?

like

dislike

love

funny

angry

sad

wow

SUJAYA EDITOR