କେସିଙ୍ଗା ନିଉ ବସ୍ ଷ୍ଟାଣ୍ଡ ଅବ୍ୟବସ୍ଥା : ଅନ୍ଧାର ଘେରରେ ଯାତ୍ରୀ, ବସ୍ ପ୍ରବେଶରେ ଅନୀହା

May 22, 2026 - 21:26
0 39
କେସିଙ୍ଗା ନିଉ ବସ୍ ଷ୍ଟାଣ୍ଡ ଅବ୍ୟବସ୍ଥା : ଅନ୍ଧାର ଘେରରେ ଯାତ୍ରୀ, ବସ୍ ପ୍ରବେଶରେ ଅନୀହା

କେସିଙ୍ଗା

ତା.୨୨/୦୫ (ଷ୍ଟାର ନିୟୁଜ ଓଡିଶା) : କେସିଙ୍ଗା ନିଉ ବସ୍ ଷ୍ଟାଣ୍ଡରେ ଦୀର୍ଘ ପ୍ରାୟ ଛଅ ମାସ ଧରି ବିଦ୍ୟୁତ ଆଲୋକ ବ୍ୟବସ୍ଥା ଅଚଳ ଥିବାରୁ ସମଗ୍ର ବସ୍ ଷ୍ଟାଣ୍ଡ ଅନ୍ଧାର ଘେରରେ ରହୁଛି। ସନ୍ଧ୍ୟା ପରେ ଯାତ୍ରୀମାନେ ଭୟ ଓ ଅସୁବିଧା ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଥିବାବେଳେ, ଏହାର ପ୍ରଭାବ ସିଧାସଳଖ ବସ୍ ଚଳାଚଳ ଉପରେ ପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ସମୟରେ ପର୍ଯ୍ୟାପ୍ତ ଆଲୋକ ନଥିବାରୁ ଲାଇନ ବସ୍ ଚାଳକମାନେ ବସ୍ ଷ୍ଟାଣ୍ଡ ଭିତରକୁ ବସ୍ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହା ସହ ବସ୍ ଷ୍ଟାଣ୍ଡ ଭିତର ରାସ୍ତାରେ ବଡ଼ ବଡ଼ ଖାଲ ଓ ଢେପ ସୃଷ୍ଟି ହୋଇଥିବାରୁ ଯାନବାହନ ଚଳାଚଳରେ ଅଧିକ ସମସ୍ୟା ଦେଖାଦେଇଛି। ଫଳରେ ଅନେକ ବସ୍ ବସ୍ ଷ୍ଟାଣ୍ଡ ଭିତରକୁ ନ ଆସି ବାହାର ରାସ୍ତାରୁ ଯାତ୍ରୀ ଉଠାଉଥିବା ଦେଖିବାକୁ ମିଳୁଛି।
ଏହି ଅବ୍ୟବସ୍ଥା ଯୋଗୁ ଦୈନିକ ଯାତ୍ରୀ, ଛାତ୍ରଛାତ୍ରୀ, ବୃଦ୍ଧ ଓ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ସ୍ଥିତି ଆହୁରି ଜଟିଳ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି।
ସ୍ଥାନୀୟ ଜନସାଧାରଣ ଓ ଯାତ୍ରୀମାନେ ପ୍ରଶାସନଙ୍କୁ ତୁରନ୍ତ ବସ୍ ଷ୍ଟାଣ୍ଡରେ ଆଲୋକ ବ୍ୟବସ୍ଥା ସୁଧାର କରିବା ସହ ଭାଙ୍ଗିପଡ଼ିଥିବା ରାସ୍ତାର ମରାମତି କାମ ଶୀଘ୍ର କରିବା ପାଇଁ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User