ଅସହ୍ୟ ଗ୍ରୀଷ୍ମ ପ୍ରକୋପ : ତାତିରେ ସିଜୁଛି ଜନଜୀବନ, ଛକ ଛକରେ ଜଳଛତ୍ର ଲୋକଙ୍କ ପାଇଁ ଆଶୀର୍ବାଦ

May 25, 2026 - 16:20
 0  26
ଅସହ୍ୟ ଗ୍ରୀଷ୍ମ ପ୍ରକୋପ : ତାତିରେ ସିଜୁଛି ଜନଜୀବନ, ଛକ ଛକରେ ଜଳଛତ୍ର ଲୋକଙ୍କ ପାଇଁ ଆଶୀର୍ବାଦ

କେସିଙ୍ଗା, ତା. ୨୫/୦୫ : (ଷ୍ଟାର ନିୟୁଜ ଓଡିଶା )ଦିନକୁ ଦିନ ଗ୍ରୀଷ୍ମ ଋତୁର ପ୍ରଭାବ ବଢ଼ିବା ସହ ସମଗ୍ର ଅଞ୍ଚଳରେ ଅସହ୍ୟ ତାତି ଅନୁଭୂତ ହେଉଛି । ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇପଡ଼ିଛି । ଦିନ ୧୧ଟା ପରେ ରାସ୍ତାଘାଟ ପ୍ରାୟ ଶୂନ୍ୟ ଦେଖିବାକୁ ମିଳୁଛି । ଘରୁ ବାହାରିବାକୁ ଲୋକମାନେ ଭୟ କରୁଥିବା ବେଳେ ବିଶେଷକରି ବୃଦ୍ଧ, ଛୋଟ ପିଲା ଓ ଶ୍ରମିକ ଶ୍ରେଣୀ ଅଧିକ ଅସୁବିଧାରେ ପଡ଼ୁଛନ୍ତି ।
ପ୍ରଚଣ୍ଡ ରୋଦ୍ର ଓ ଗରମ ପବନ (ହିଟ୍ ୱେଭ୍) ଯୋଗୁଁ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଦିନବେଳେ ବଜାର, ବସଷ୍ଟାଣ୍ଡ ଓ ସାଧାରଣ ସ୍ଥାନରେ ଲୋକଙ୍କ ଭିଡ଼ କମିଯାଇଥିବା ଦେଖାଯାଉଛି । ତାତିର ପ୍ରଭାବରେ ଅନେକ ସ୍ଥାନରେ ଲୋକ ଅସୁସ୍ଥ ହେଉଥିବା ସୂଚନା ମଧ୍ୟ ମିଳୁଛି । ଡାକ୍ତରମାନେ ଅତ୍ୟାବଶ୍ୟକ କାମ ନଥିଲେ ଦିନ ସମୟରେ ବାହାରକୁ ନଯିବା ପାଇଁ ପରାମର୍ଶ ଦେଉଛନ୍ତି ।
ଏପରି ସମୟରେ ସହରର ବିଭିନ୍ନ ଛକ ଛକ ଓ ମୁଖ୍ୟ ରାସ୍ତାରେ ସମାଜସେବୀ ସଂଗଠନ ଓ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ସାଧାରଣ ଲୋକଙ୍କ ପାଇଁ ବଡ଼ ସହାୟତା ସାବ୍ୟସ୍ତ ହେଉଛି । ପଥଚାରୀ, ରିକ୍ସା ଚାଳକ, ଶ୍ରମିକ ଓ ଯାତ୍ରୀମାନେ ସେଠାରେ ପାଣି ପିଇ ତାତିରୁ କିଛି ସ୍ୱସ୍ତି ଅନୁଭବ କରୁଛନ୍ତି । କେତେକ ସ୍ଥାନରେ ଲେମ୍ବୁ ପାଣି, ଠଣ୍ଡା ପାଣି ଓ ଓଆରଏସ ମଧ୍ୟ ବଣ୍ଟନ କଲେ ଉତ୍ତମ ହୁଅନ୍ତା ।
ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ଅସହ୍ୟ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି NAC ପ୍ରଶାସନକୁ କେସିଙ୍ଗା ର ଅଧିକ ସ୍ଥାନରେ ଜଳଛତ୍ର ଖୋଲିବା ସହ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଦାବି କରିଛନ୍ତି । ଲୋକମାନଙ୍କୁ ପର୍ଯ୍ୟାପ୍ତ ପାଣି ପିଇବା, ଛତା ବ୍ୟବହାର କରିବା ଓ ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନଯିବାକୁ ଅନୁରୋଧ କରାଯାଉଛି ।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR