କେସିଙ୍ଗାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ — ସଚେତନତା ସୃଷ୍ଟି
କେସିଙ୍ଗା, ୭/୮ (ଷ୍ଟାରନ୍ୟୁଜ ଓଡ଼ିଶା):ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ କେସିଙ୍ଗା ସହରର ଦୁର୍ଗାମଣ୍ଡପ ପଡ଼ା, ୧୨ ନମ୍ବର ୱାର୍ଡ, ପ୍ରୋଜେକ୍ଟ ସେକ୍ଟର–ଏ, ଏନ୍ଏସି କେସିଙ୍ଗାସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଅଙ୍ଗନବାଡି କର୍ମୀ ସଂଗୀତା ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୨ ନମ୍ବର ୱାର୍ଡର ଅଙ୍ଗନବାଡି ସହାୟିକା ଜ୍ୟୋତିର୍ମୟୀ ରାଉତ, ଆଶାକର୍ମୀ ସଇଳେନ୍ଦ୍ରି ବାଗଙ୍କ ସମେତ ଛୋଟ ଛୋଟ ଶିଶୁଙ୍କ ମାମାନେ ଅନ୍ୟାନ୍ୟ ମହିଳା ଯୋଗଦେଇଥିଲେ।
ଏହି ଅବସରରେ ମା’ କ୍ଷୀରର ଗୁରୁତ୍ୱ, ଶିଶୁ ଜନ୍ମ ପରେ ଶୀଘ୍ର ସ୍ତନ୍ୟପାନ ଆରମ୍ଭ କରିବା, ଶିଶୁର ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦେବା ଏବଂ ଶିଶୁର ଉତ୍ତମ ଶାରୀରିକ ଓ ମାନସିକ ବିକାଶରେ ସ୍ତନ୍ୟପାନର ଭୂମିକା ସମ୍ପର୍କରେ ମା’ମାନଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମା’ କ୍ଷୀର ଶିଶୁ ପାଇଁ ପ୍ରକୃତିର ଅମୂଲ୍ୟ ଉପହାର ବୋଲି ମତ ପ୍ରକାଶ ପାଇଥିଲା। ସ୍ତନ୍ୟପାନ ଦ୍ୱାରା ଶିଶୁକୁ ଆବଶ୍ୟକ ପୋଷଣ ମିଳିବା ସହିତ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ମିଳିଥାଏ। ଏଥିସହ ମା’ ଓ ଶିଶୁ ମଧ୍ୟରେ ଭାବନାତ୍ମକ ସମ୍ପର୍କ ମଧ୍ୟ ଅଧିକ ଦୃଢ଼ ହୋଇଥାଏ ବୋଲି ଉପସ୍ଥିତ ମହିଳାମାନଙ୍କୁ ବୁଝାଇ ଦିଆଯାଇଥିଲା।
“ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ତନ୍ୟପାନ ସମ୍ପର୍କରେ ପ୍ରତ୍ୟେକ ମା’ଙ୍କ ମଧ୍ୟରେ ସଠିକ୍ ସଚେତନତା ରହିବା ଆବଶ୍ୟକ” ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ଉପସ୍ଥିତ ମା’ମାନେ ଶିଶୁମାନଙ୍କ ସୁସ୍ଥ ବିକାଶ ପାଇଁ ନିୟମିତ ସ୍ତନ୍ୟପାନ ଓ ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନ ରହିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)