କଣ୍ଟାବାଞ୍ଜି ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ, ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Aug 07, 2026 - 06:56
0 26
କଣ୍ଟାବାଞ୍ଜି ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ, ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭବାନୀପାଟଣାl ୬l୮(ଷ୍ଟାରନିୟୁଜ ଓଡିଶା ) :  ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସରସ୍ୱତୀ ନର୍ସିଂ କଲେଜ, ଭବାନୀପାଟଣା ପକ୍ଷରୁ କଣ୍ଟାବାଞ୍ଜି ଗ୍ରାମରେ ଏକ ସମୁଦାୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କଲେଜର ଛାତ୍ରଛାତ୍ରୀମାନେ ଗ୍ରାମବାସୀ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା' ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ତନ୍ୟପାନର ଗୁରୁତ୍ୱ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ। ଭୂମିକା ଅଭିନୟ ଓ ସଚେତନତା ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଏଏନଏମ୍,ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ପ୍ରାୟ ୨୦୦ ରୁ ୨୫୦ ଜଣ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଚେୟାରମ୍ୟାନ ଡା. ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଦେବପ୍ରିୟା ଦାଶ,ଲିଲେଶ ସାହୁ,ଉତ୍ତମ ସାହୁ,ବିନ୍ଦିଆ ରାଜଗୁରୁ,କେଶବ ହିଆଲ,ତୁଷାର ଟାଣ୍ଡି,  କଲ୍ୟାଣୀ ସାହୁ,ପାୟଲ ସୁନା ଏବଂ ଜ୍ୟୋତିର୍ମୟୀ ବାଘଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଏବଂ ସମୁଦାୟ ସେବା ପ୍ରତି ସରସ୍ୱତୀ ନର୍ସିଂ କଲେଜର ପ୍ରତିବଦ୍ଧତାର ଏହା ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User