ଖାଦ୍ୟ ବିଷ କ୍ରିୟାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ।

Jul 22, 2025 - 20:18
0 25
ଖାଦ୍ୟ ବିଷ କ୍ରିୟାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ।

ଝରିଗାଁ,୨୨l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ବରକିଭଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ।ଖାଦ୍ୟରେ ବିଷ କ୍ରିୟା ଯୋଗୁ ବରକିଭଟା ଗ୍ରାମର ଏକ ଅସ୍ଥାୟୀ କେମ୍ପରେ ରହି କାର୍ଯ୍ୟ କରୁଥିବା ବିହାର ରାଜ୍ୟର ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁଇ ଶ୍ରମିକ ସମ୍ପର୍କୀୟ ଦାଦା ପୁତୁରା ବୋଲି ଜଣା ପଡିଛି। ମୃତକ ମାନେ ହେଲେ ରାକେଶ ସାଦା (18) ଓ ଶ୍ରୀୟା ସାଦା (20) । ସୂଚନା ଅନୁଯାଇ ବିହାର ରାଜ୍ୟ ସାରସା ଜିଲ୍ଲା ଅନ୍ତର୍ଗତ ତେଲବଦାଭର୍ଣ ଗ୍ରାମର ପ୍ରାୟ 14ଜଣ ଶ୍ରମିକ ଝରିଗାଁ ବ୍ଲକର 6ଗୋଟି ପାନୀୟ ଜଳ ପ୍ରକଳ୍ପ ଓଭର ହେଡ ପାଣି ଟାଙ୍କି ନିର୍ମାଣ କରିବାକୁ ଗତ 50 ଦିନ ହେଲା ଆସି ବରକିଭଟା ଏକ ଅସ୍ଥାୟୀ କେମ୍ପ୍ରେ ରହି କାର୍ଯ୍ୟ କରୁଥିଲେ। ଗତ କାଲି ସୋମବାର ରାତ୍ର ସମସ୍ତେ ଭୋଜନ କରିବା ପରେ ଶୋଇ ପଡ଼ିଥିଲେ। ତେବେ ରାତ୍ର ପ୍ରାୟ 11 ଘଣ୍ଟ ସମୟରେ ହଠାତ୍ ରାକେଶ ସାଦା ଓ ଶ୍ରୀୟା ସାଦାଙ୍କୁ ଅଳ୍ପ ସମୟ ବ୍ୟବଧାନରେ ବାନ୍ତି ସହ ପେଟ ବ୍ୟଥା ହୋଇଥିଲା। ଦୁହେଁ ଦାଦା ପୁତୁରା ଗୁରୁତର ଅସୁସ୍ଥ ହୋଇଯିବା ପରେ ସେମାନଙ୍କୁ ନିଜ ଗାଡ଼ିରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ପରେ ଦୁଇଟି ଏମ୍ବୁଲାନ୍ସ ଯୋଗେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ଡାବୁଗାଁ ନିକଟରେ ରାତ୍ର 3ଘଣ୍ଟ 30 ମିନିଟ ସମୟରେ ରାକେଶ ସାଦା ଅତ୍ୟଧିକ ଗୁରୁତର ପରେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ରାକେଶ ସାଦାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବଡି ଭୋର 4 ଘଣ୍ଟ 30ମିନିଟ ସମୟରେ ନବରଙ୍ଗପୁର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଶ୍ରୀୟା ସାଦା ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଝରିଗାଁ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେଉଁ କାରଣରୁ ଦୁଇ ଶ୍ରମିକ ଦାଦା ପୁତୁରା ଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User