ଖୋଲା ଆଲୋଚନା 'ବିଧାନ ସଭାରେ ଉଠିବ କଳାହାଣ୍ଡି ଜିଲ୍ଲାର କୃଷି ଓ କୃଷକ ପ୍ରସଙ୍ଗ

Aug 11, 2025 - 13:04
0 29
ଖୋଲା ଆଲୋଚନା 'ବିଧାନ ସଭାରେ ଉଠିବ କଳାହାଣ୍ଡି ଜିଲ୍ଲାର କୃଷି ଓ କୃଷକ ପ୍ରସଙ୍ଗ

ଭବାନୀପାଟଣା ତା ୧୦/୮(ଷ୍ଟାର ନିୟୁଜ ଓଡିଶା) କଳାହାଣ୍ଡି ରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ଉଠିଲାକୃଷି, କୃଷକ ଓ କୃଷି ଶ୍ରମିକଙ୍କୁ ମିଳୁ ଉପଯୁକ୍ତ ସମ୍ମାନକୃଷିଭିତ୍ତିକ ଶିଳ୍ପପ୍ରତିଷ୍ଠା ପାଇଁ ସୃଷ୍ଟି ହେଉ ଅନୁକୂଳ ବାତାବରଣ-ଆଜି ବି ଇନ୍ଦ୍ର ଓ ଇନ୍ଦ୍ରାବତୀ ଭରସାରେ କଳାହାଣ୍ଡି ଚାଷୀ-ଚାଷ ଓ ଚାଷୀଙ୍କ ପାଇଁ ବିନିଯୋଗ ହେଉ ମନରେଗା ଯୋଜନା
-କଳାହାଣ୍ଡିର କୃଷି ଓ କୃଷକଙ୍କୁ ସମୃଦ୍ଧ କରିବା ପାଇଁ ନୂଆ ପଲିସୀ ହେଉବିଧାନସଭାରେ ଉଠିବ ଜିଲ୍ଲାର କୃଷି ଓ କୃଷକ ପ୍ରସଙ୍ଗ ହଜାର ହଜାର ବର୍ଷ ପୂର୍ବରୁ ସାରା ବିଶ୍ୱରେ ଧାନ ଉତ୍ପାଦନର ମୂଳସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ ଥିଲା। ଏ ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା ଓ ମୁଣ୍ଡା ଜରିଆରେ ଜଳସେଚନର ନିୟମିତ ବ୍ୟବସ୍ଥା ରହିଥିଲା। କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦର ବିପଣନ ଏକ ପ୍ରମୁଖ ପ୍ରସଙ୍ଗ ଅଟେ। ଜିଲ୍ଲାରେ ଅନେକ କୃଷି ସମସ୍ୟା ରହିଛି। ସେଥିମଧ୍ୟରୁ ଉପଯୁକ୍ତ କୃଷି ଭିତ୍ତିଭୂମି ପାଇଁ ଜମିଜମାର ରେକର୍ଡ ସଂଶୋଧନ ସହିତ ଅଭାବୀ ବିକ୍ରି ସମସ୍ୟାର ସମାଧାନ କରାଯିବାର ଆବଶ୍ୟକତା ରହିଛି। ଖାଲି ପଡ଼ିଥିବା ଜାଗାକୁ କୃଷି ଉପଯୋଗୀ କରାଯିବାର ଆବଶ୍ୟକତା ରହିଛି। ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଚାଷ ଓ ଚାଷୀଙ୍କୁ ଫୋକସ କରିବା ସହିତ କୃଷି ଶ୍ରମିକ ବିଶେଷ କରି ମହିଳା କୃଷି ଶ୍ରମିକ ଓ ଶିକ୍ଷିତ ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି। ମନରେଗା ଭଳି ଯୋଜନାକୁ ଚାଷ ଓ ଚାଷୀଙ୍କ ହିତ ପାଇଁ ବିନିଯୋଗ କରାଯିବା ଉଚିତ। ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ କୃଷି କମିସନ ସ୍ଥାପନ, କୃଷି ଯନ୍ତ୍ରପାତି ଓ ଉପକରଣ କିଣିବାରେ ରିହାତି, ସଘନ ଚାଷ ପ୍ରଣାଳୀର ବ୍ୟବହାର, କୃଷି ଭିତ୍ତିକ ପ୍ରୋସେସିଂ ୟୁନିଟ ସ୍ଥାପନ, ଜିଲ୍ଲା ବ୍ୟାପି ଶୀତଳ ଭଣ୍ଡାର ସ୍ଥାପନ, ଚାଷୀ ଦ୍ୱାରା ଉତ୍ପାଦିତ ଫସଲ ମଧ୍ୟରୁ ୮୦ ପ୍ରତିଶତ ମଣ୍ଡିରେ ବିକ୍ରି ଓ ବାଧ୍ୟତାମୂଳକ ୨୦ ପ୍ରତିଶତ ବିହନ ଭାବେ ବ୍ୟବହାର, କୃଷକ ସଂଗଠନ ଗୁଡ଼ିକୁ ସଶକ୍ତ କରିବା, ଆଖୁଚାଷକୁ ପ୍ରୋତ୍ସାହନ ଓ ଦେଶୀଗୁଡ଼ ପ୍ରସ୍ତୁତି ୟୁନିଟ ସ୍ଥାପନ, ଗୋପାଳନ, ମତ୍ସ୍ଯ ଚାଷ, ଆମ୍ବଚାଷ ପାଇଁ ପ୍ରୋତ୍ସାହନ, ପ୍ରବାହ ଜଳସେଚନ ବଦଳରେ ଉଠା ଜଳସେଚନ ଉପରେ ଗୁରୁତ୍ୱ, ବର୍ଜ୍ୟ ଜଳ ପରିଚାଳନା, ଛୋଟଛୋଟ ନଦୀର ସଂଯୋଗୀକରଣ, ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଶଯ୍ୟାରେ ବୃକ୍ଷରୋପଣ, ସରକାରୀ ଗୋଦାମରେ ଗଛିତ ଚାଉଳର ସଦ ବ୍ୟବହାର, ଭବାନୀପାଟଣା ଓ ଧର୍ମଗଡ଼ ଉପଖଣ୍ଡରେ ଦୁଇଗୋଟି ବିଶାଳ ଗାଈଗୋରୁ, ଛେଳି ମେଣ୍ଢା ବଜାର ସ୍ଥାପନ, କପା ମଣ୍ଡି ସ୍ଥାପନ, ଜଳପୁରୁଷ କାର୍ଜୀ ମାଝୀଙ୍କ ଦ୍ୱାରା ନିର୍ମିତ କେନାଲର ପୁନଃରୁଦ୍ଧାର, ଲାଞ୍ଜିଗଡ଼ ବ୍ଲକରେ  ରେତ କେନାଲର ସମ୍ପ୍ରସାରଣ, ନିୟମଗିରି ଅଧିବାସୀଙ୍କ ଉତ୍ପାଦିତ ଜଙ୍ଗଲଜାତ ଦ୍ରବ୍ୟର ସଠିକ ବିକ୍ରିବଟା, ଚାଷ ଓ ଚାଷୀଙ୍କ ମଧ୍ୟରେ ଦଲାଲରାଜ ଶେଷ କରିବା, ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ କୃଷିକୁ ପ୍ରୋତ୍ସାହନ, ବହୁବିଧ ଓ ବଦଳ ଚାଷକୁ ପ୍ରୋତ୍ସାହନ, ମଣ୍ଡି ବ୍ୟବସ୍ଥାରେ ଉନ୍ନତି, ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନର ଆବଶ୍ୟକତା ରହିଛି। ସାରା ରାଜ୍ୟରେ କୃଷିରେ ଅଗ୍ରାଧିକାର ହାସଲ କରିଥିବା କଳାହାଣ୍ଡି ପାଇଁ ଏକ ସ୍ୱତନ୍ତ୍ର ପଲିସୀର ଆବଶ୍ୟକତା ରହିଛି ଏବଂ ଜିଲ୍ଲାର କୃଷି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି ଆଜି ସ୍ଥାନୀୟ ଏସ. ଏନ ରେସିଡେନ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଶାନ୍ତନୁ ବେହେରା, ସୁଶାନ୍ତ ମହାପାତ୍ର, ବିଶିଷ୍ଟ ଚାଷୀ କୃଷ୍ଣ ନାଗ, ପ୍ରଶାନ୍ତ ପାଟଯୋଶୀ, ଦିପ୍ତୀରଞ୍ଜନ ପ୍ରହରାଜ, ଭବାନୀପାଟଣା ସମବାୟ ବ୍ୟାଙ୍କର ସଭାପତି ଗିରୀଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିବାବେଳେ ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ଆବାହକ ବିଧାୟକ ଶ୍ରୀ ମିଶ୍ର ଆଗାମୀ ଦିନରେ ଜିଲ୍ଲାର କୃଷିଭିତ୍ତିକ ପ୍ରସଙ୍ଗ ଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଦୃଢତାର ସହିତ ପ୍ରକାଶ କରିଥିଲେ। ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକ ଅଞ୍ଚଳରୁ ଶତାଧିକ ସାମ୍ବାଦିକଙ୍କ ସହିତ ଚାଷୀ ଓ ବୁଦ୍ଧିଜୀବୀ ନାଗରିକଗଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User