ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ 4କିଲୋମିଟର ବୁହାହେଲେ ଗର୍ଭବତୀ ।

Jun 29, 2025 - 15:39
Updated: 1 year ago
0 48
ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ 4କିଲୋମିଟର ବୁହାହେଲେ ଗର୍ଭବତୀ ।

ଝରିଗାଁ ,୨୯l୬ (ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବ୍ଲକରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ ନା କୌଣସି ଚାରି ଚକିଆ ଗାଡି |ତେଣୁ ପରିବାର ଲୋକେ ଖଟିଆକୁ ଭାର କରି ତହିଁରେ ଗର୍ଭବତୀଙ୍କୁ ବୋହି ଗାଡି ନିକଟରେ ପହଞ୍ଚିଥିଲେ ।ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗୀପାନୀ ଗାଁରେ ।ସର୍ଗୀପାନୀ ଗାଁର ଅଭି ସାନ୍ତାଙ୍କ ସ୍ତ୍ରୀ ପୁଲକ ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାରଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇନଥିଲା |କୌଣସି ଉପାୟ ନପାଇ ପରିବାର ଲୋକେ ଖଟିଆ ଭାର କରି ତହିଁରେ ଗର୍ଭବତୀଙ୍କୁ ବୋହି ଚାରି କିଲୋମିଟର ଦୂର ଫୁଲଝରୀ ଗାଁ ନିକଟରେ ପହଞ୍ଚାଇବା ପରେ ଏକ କାର ଯୋଗେ ଗର୍ଭବତୀଙ୍କୁ ଝରୀଗାଁ ଡାକ୍ତରଖାନାରେ ପହଞ୍ଚାଇଥିଲେ |ପୁଲକ ସାନ୍ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିବା ସୂଚନା ମିଲିଛି | ଝରିଗାଁ ବ୍ଲକରେ ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତା ସଂଯୋଗ ହୋଇନଥିବାରୁ ବର୍ଷାଦିନେ ଲୋକେ ଗର୍ଭବତୀ ଏବଂ ଗୁରୁତର ରୋଗୀମାନଙ୍କୁ ଖଟିଆରେ ବୁହାହୋଇ ଡାକ୍ତର ଖାନା ନିଆଯାଉଥିବା ଦେଖିବାକୁ ମିଳୁଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User