ଗୁଟିଙ୍ଗିଆରେ ଆର୍ଯ୍ୟ ସମାଜର ୨୪ ତମ ବାର୍ଷିକ ଯଜ୍ଞ ମହୋତ୍ସବ

Mar 21, 2026 - 08:31
0 20
ଗୁଟିଙ୍ଗିଆରେ ଆର୍ଯ୍ୟ ସମାଜର ୨୪ ତମ ବାର୍ଷିକ ଯଜ୍ଞ ମହୋତ୍ସବ

କନ୍ଧମାଳ ଜିଲ୍ଲା ୧୯/୦୩( ଷ୍ଟାର ନିୟୁଜ ଓଡିଶା ) ଟିକାବାଲି ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଅର୍ଗାଡି ଠାରେ ଥିବା ଆର୍ଯ୍ୟ ସମାଜ ର ୨୪ ତମ ବାର୍ଷିକ ଯଜ୍ଞ ମହୋତ୍ସବ ଓ ସୃଷ୍ଟି

ଦିବସ ପାଳିତ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିଥିବା ବେଳେ ପଥମ ଦିନରେ ଓଁ ଧ୍ୱଜା ଉତୋଳନ,ଦେବଯଜ୍ଞ,ଜ୍ଞାନଯଜ୍ଞ,ଅର୍ଣଯଜ୍ଞ,ସଭାଯାତ୍ରା ଓ  ସାମୁହିକ ସନ୍ଧ୍ୟା କରାଯିବା ସହ ପ୍ରବଚନ,ଉପାସନା କରାଯାଇଥିଲା । ପରେ ଭଜନ ଡିଶା ପରିବ୍ରାଜକ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ,ନୂଆପଡା ଡ଼ଃ ଉମେଶ ଜି, ଚାଞ୍ଚେଡି ତପବନ ଶାନ୍ତି ଆଶ୍ରମ ଆଚାର୍ଯ୍ୟ ବୈକୁଣ୍ଠ ସତ୍ୟାର୍ଥ,ସମଦତ ଶାସ୍ତ୍ରୀ,ଜୋତି ପ୍ରକାଶ ଆଚାର୍ଯ୍ୟ, ଶ୍ରୀମାନ ଲକ୍ଷ୍ମଣ ଶର୍ମା ଜି ପ୍ରବଚନ ଶୁଣାଇଥିଲେ। ଏଥିରେ କନ୍ଧମାଳ ଜିଲ୍ଲା ର ଆଠ ଟି ବ୍ଳକ ର ସଭ୍ୟ, ସଭ୍ୟା ତଥା ମାତୃ ବୃନ୍ଦ ଉପସ୍ଥିତ ରହିଥିଲେ। ଦ୍ୱିତୀୟ ଦିନରେ ନୂଆଗାଁ ସ୍ଥିତ ଓମାନନ୍ଦ ଛାତ୍ରାବାସ ର ଛାତ୍ର ଗଣ ଙ୍କ ଦ୍ଵାରା ଖେଳ, ବ୍ୟାୟାମ, କୁସ୍ତି, ଲାଠି ଚାଳନା ଇତ୍ୟାଦି ଖେଳ ଶ୍ରୀ ମୃତ୍ୟୁଞ୍ଜୟ  ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହା ଆର୍ଯ୍ୟ ସମାଜ ର ନୂତନ ନିୟମ ନୁହେଁ କି ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉ ନାହିଁ ଏହା ବର୍ତ୍ତମାନ ବେଦଗଣନା ଅନୁଯାଇ (ଏକ ବୃନ୍ଦ ଛୟାନବେ କୋଟି ଆଠ ଲକ୍ଷ ତେପନ ହଜାର ଶହେ ଛବିଶି ହଜାର ) ଚାଲିଛି ଆର୍ଯ୍ୟ ସମାଜ ର ଜନ୍ମ । ଏହା ସଂସାର ର ସମସ୍ତ ମନୁଷ୍ୟ ଜାତି ପାଇଁ ଉଦିଷ୍ଟ ଅଟେ। ମନୁଷ୍ୟ ଜନ୍ମ ଠାରୁ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏ ଧାରାରେ ଜୀବନ ପଥକୁ ଆଗକୁ ଯିବାର ମାନବ ଜୀବନ ସମ୍ବଳିତ ଅଟେ। ବନ୍ଧୁଗଣ ଏହି ପଥ କୁ ନିଜ ଜ୍ଞାନ ସହ ନିରୀକ୍ଷକ କରି ଆଗକୁ ପରିବାର ସହ ବଡିବା ପାଇଁ ଚେଷ୍ଟା କରୁଅଛୁ ଏ ଖବର ଶୁଣିବା ପଡିବା ପରେ ଯଦି ଭଲ ଲାଗେ ତେବେ ଆପଣ ମଧ୍ୟ୍ୟ ଏ ବାଟକୁ ଆସନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ବକ୍ତବ୍ୟ ରଖିଥିଲେ। ଏଥିରେ ବହୁ ସଂଖ୍ୟାରେ କଣଅନୁକୋଣ ରୁ ଭକ୍ତ ମାନେ ଉପସ୍ଥିତ ରହିଥିଲେ। ଏହାକୁ ଜିଲ୍ଲା ସଭାପତି ଅଜୀବନ ମଲ୍ଲିକ, ସେକ୍ରେଟାରୀ ବିଶ୍ଵାମିତ୍ର ପ୍ରଧାନ,କୋଷାଧକ୍ଷ ସାଇନା ପ୍ରଧାନ ଉପସ୍ଥିତ ରହିଥିବା ସହ ଗୁଟିଙ୍ଗିଆ ଆର୍ଯ୍ୟ ସମାଜ ର ସଂଚାଳକ ଧରଣୀଧର ମଲ୍ଲିକ,ସଭାପତି  ପର୍ଶୁରାମ କହଁର, ସମ୍ପାଦକ ଶିବରାମ କହଁର, ସହସମ୍ପାଦକ ପ୍ରଦେଶ୍ୱର କହଁର,ଉପସଭାପତି ଚୈତନ୍ୟ କହଁର,କୋଷାଧକ୍ଷ ଦିଲୀପ କୁମାର ପ୍ରଧାନ, ସାମ୍ବାଦିକ ବାଳକୃଷ୍ଣ କହଁର,ବାନପ୍ରସ୍ତି ବିଶ୍ୱନାଥ ଜି, ପ୍ରେମାନନ୍ଦ ବନପ୍ରସ୍ତି, ଗୋବିନ୍ଦ ବନପ୍ରସ୍ତି, ମହେଦ୍ର ବାନପ୍ରସ୍ତି ରହି କାର୍ଯ୍ୟ କୁ ତୁଲାଇଥିଲେ। ଭକ୍ତ ମାନେ ସହଯୋଗ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User