ବ୍ଲୁକ ସ୍ତରୀୟ କୃଷି ପରାମର୍ଶ ଉପଦେଷ୍ଟନ କମିଟି ଆତ୍ମା ଭବାନୀପାଟଣା ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି

Mar 20, 2026 - 21:17
 0  13
ବ୍ଲୁକ ସ୍ତରୀୟ କୃଷି ପରାମର୍ଶ ଉପଦେଷ୍ଟନ କମିଟି ଆତ୍ମା ଭବାନୀପାଟଣା ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି

ଭବାନୀପାଟଣା, ୨୦।୩: ( ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ଓୟୁଏଟି ପରିସରରେ କୃଷି ପରାମର୍ଶ ଉପଦେଷ୍ଟନ କମିଟି ଆତ୍ମା ଭବାନୀପାଟଣା ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି , ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ, କନଭେନର ସୁଶୀଲ କୁମାର ସେଠି ( ବିଏଓ) ମୁଖ୍ୟ ଅତିଥି ଅଜିତ ମହାପାତ୍ର ( ଏଡିଓ) ବିଶିଷ୍ଟ ଅତିଥି ପ୍ରମୋଦ କୁମାର ବେହେରା ( ସି ଡି ଏ ଓ)  ଅଂଶୁମାନ ପାଇକରାୟ ( ଏ ଏ ଇ)  , ରଶ୍ମିତା ମହାନ୍ତି ( ଏସ ସି ଓ) ସୋନାଲି ମହାପାତ୍ର ( ଏଭିଏସ) ବିମଲ କୁମାର ନାଏକ ( ଏ ଏଚ ଓ) ଖୋଲାନା କହ୍ନର ( ଏ ଏ ଓ) ରମଣ କୁମାର ପ୍ରଧାନ ( ଏ ଟି ଏମ) ସୁଜିତ କୁମାର ନେଗୀ ( ଏ ଟି ଏମ ) ପରିଚାଳନାରେ ମନୋଶ୍ୱନୀ ମହାପାତ୍ର ( ଏ ଟି ଏମ)  ଏହି ସଭାରେ କୃଷି ଅନୁଷାଙ୍ଗିକ ବିଭାଗୀୟ ଅଧିକାରୀ ମାନେ ତାଙ୍କ ବିଭାଗର ବାର୍ଷିକ ଉନ୍ନୟନ ଯୋଜନା ର ବିବରଣୀ ଆଲୋଚନା କରିଥିଲେ ଏବଂ ଆତ୍ମା ଅଧ୍ୟକ୍ଷ୍ୟ ଓ ସମସ୍ତ  ସଦସ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ ଏବଂ ଫୁଲ ଗଛ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା ଏବଂ ଏଥିରେ  ଆସିଥିବା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବ୍ଲକ ଚାଷୀ ପରାମର୍ଶଦାତା କମିଟି ବୈଠକ
ଭବାନୀପାଟଣା ବ୍ଲକ, କଳାହାଣ୍ଡି ଜିଲ୍ଲା
ବ୍ଲକ ଚାଷୀ ପରାମର୍ଶଦାତା କମିଟି 
ବ୍ଲକରେ ଚାଲିଥିବା କୃଷି କାର୍ଯ୍ୟକଳାପର ସମୀକ୍ଷା
ଋତୁକାଳୀନ ଫସଲ ଯୋଜନା ଏବଂ ବିହନ ବଣ୍ଟନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ (PM-KISAN, ଫସଲ ବୀମା, ସବସିଡି, ଇତ୍ୟାଦି)
ଜଳସେଚନ ସୁବିଧା ଏବଂ ଜଳ ପରିଚାଳନା କୀଟପତଙ୍ଗ ଏବଂ ରୋଗ ନିୟନ୍ତ୍ରଣ ପଦକ୍ଷେପ ଜୈବିକ କୃଷି ଏବଂ ଆଧୁନିକ କୌଶଳର ପ୍ରୋତ୍ସାହନ
କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସମ୍ଭାବ୍ୟ ସମାଧାନ
ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି:
ଗୁଣାତ୍ମକ ବିହନ ଏବଂ ସାରର ସମୟସୀମା ବଣ୍ଟନ ସୁନିଶ୍ଚିତ କରାଯିବ
କୃଷକମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଏବଂ ତାଲିମ ଆୟୋଜନ କରାଯିବ ଜଳସେଚନ ସହାୟତା ଉନ୍ନତ କରିବା ପାଇଁ ପଦକ୍ଷେପ ନିଆଯିବ
ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ଉପରେ ବିଶେଷ ଧ୍ୟାନ
କୃଷି ଅଧିକାରୀଙ୍କ ଦ୍ୱାରା ନିୟମିତ କ୍ଷେତ୍ର ପରିଦର୍ଶନ ଅଧ୍ୟକ୍ଷ ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ ହେଲା। ଭବାନୀପାଟଣା ବ୍ଲକର ଚାଷୀମାନଙ୍କ ଲାଭ ପାଇଁ ଉପଯୁକ୍ତ ସମନ୍ୱୟ ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇ ଥିଲା

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR