ଜନଜାତି ସୁରକ୍ଷା ମଞ୍ଚର ମହିଳା ମୋର୍ଚ୍ଚା ସଂଘଟନ ବୈଠକ ଅନୁଷ୍ଠିତ।

May 04, 2025 - 12:11
0 187
ଜନଜାତି ସୁରକ୍ଷା ମଞ୍ଚର ମହିଳା ମୋର୍ଚ୍ଚା ସଂଘଟନ ବୈଠକ ଅନୁଷ୍ଠିତ।

ଝରିଗାଁ,୪l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ରତାଖଣ୍ଡି ଗୁଡ଼ା ଗ୍ରାମ ପାଞ୍ଚୟତ ଅନ୍ତର୍ଗତ ପରସଲା ହାଟ ପଦାଠାରେ , ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ନିର୍ଦ୍ଦେଶ କ୍ରମେ, ମହିଳା ସଂଘଠନ ଓ ଯୁବ ସଂଘଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଂଘଟନ କିପରି ସୁଦୃଢ ହେବ,ଆଦିବାସୀ ଲୋକେ କିପରି ହକ ଅଧିକାର ପାଇ ପାରିବେ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ମହିଳା ମୋର୍ଚା ସଂଘଟନ ଚୟନ ପ୍ରକ୍ରିୟା କରାଯାଇଥିଲା। ଝରିଗାଁ ମହିଳା ମୋର୍ଚ୍ଚା ସଂଘଟନ ର ସଭାପତି ଭାବେ ଜୟନ୍ତୀ ଭତ୍ରା, ସେକ୍ରେଟାରୀ ଭାବେ ଜୟମଣୀ ଗଣ୍ଡ ଏବଂ ସଂଯୋଜିକା ଭାବେ ଟବା ସାନ୍ତା ଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ସଂଯୋଜକ ରାଜମନ ଭତ୍ରା, ଜିଲ୍ଲା ସମ୍ପାଦକ ଲଚ୍ଛମନ ମାଝୀ,ଜିଲ୍ଲା ଉପସଭାପତି ପଦମନ ସାନ୍ତା,ଡାବୁଗାଁ ବ୍ଲକ ସଭାପତି ମୋହନସିଂ ଗଣ୍ଡ, ଝରିଗାଁ ବ୍ଲକ ସଭାପତି ଘନ ମାଝୀ, ସମ୍ପାଦକ ଦିବାକର ହାଲବା, ଶୁକଚନ୍ଦ ମାଝୀ, ଖଗପତି ଭତରା, ସୁକାଳୁ ଗଣ୍ଡ ସହ ବ୍ଲକର ସମସ୍ଥ ସମାଜର ସଭ୍ୟ ସଭ୍ୟା ସହ ୧୫୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User