ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

Apr 14, 2026 - 06:46
 0  41
ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

 ଭବାନୀପାଟଣା ତା ୧୩/୦୪( ଷ୍ଟାର ନିୟୁଜ ଓଡିଶା )

୧୩ ଏପ୍ରିଲ ମାସ ୧୯୮୬ ମସିହାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ  ଜବାହାର ନବୋଦୟ ବିଦ୍ଯାଳୟ ସ୍ଥାପନ କରିଥିଲେ। ତେଣୁ ଏପ୍ରିଲ ୧୩ ତାରିଖକୁ "ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ । ସମଗ୍ର ଭାରତର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ପାଠପଢି ଦେଶ ବିଦେଶରେ ବଡ ବଡ ସରକାରୀ ଓ ବେସରକାରୀ ଚାକିରୀ କରିବା ସହିତ ବିଜନେସ୍, ସାମାଜିକ, ରାଜନୈତିକ, କ୍ରୀଡା ଓ ବିଭିନ୍ନ କ୍ଷେତ୍ରରେ ନିଜର ନାମ ଅର୍ଜନ କରିପାରିଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ଥିବା ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀମାନଙ୍କ ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭବାନିପାଟଣା ସହର ସ୍ଥିତ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଦହି ପଣା ବଣ୍ଟନ କରି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । କଳାହାଣ୍ଡି ନବମ ବାଟାଲିଅନର କମାଣ୍ଡାଣ୍ଟ୍ ତଥା ଅନୁଗୁଳ ଜିଲ୍ଲା ନବୋଦୟ ବିଦ୍ଯାଳୟର ପୁରାତନ ଛାତ୍ର ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ, ନର୍ଲା ବିଦ୍ୟାଳୟର ପୁର୍ବତନ ସଭାପତି ଶିବରଞ୍ଜନ ଶତପଥୀ, ଚିନ୍ମୟ କେୟାର କ୍ଲବର ସଭାପତି ଚିତରଞ୍ଜନ ଶତପଥୀ ତଥା ଲକ୍ଷ୍ମୀନାରାୟଣ ପଣ୍ଡା ଦହି ପଣା ବାଣ୍ଟି ଶୁଭାରମ୍ଭ କରିଥିଲେ। ଭିଷଣ ଗରମରେ ସହରର ହଜାର ହଜାର ଲୋକ ପଣାର ଉପଭୋଗ କରିଥିଲେ। ଏଥିରେ ପ୍ରଦୀପ ହରପାଲ, ମନୋଜ କୁମାର ଦୂର୍ଗା, ସ୍ୱାଗତ ସାହୁ, ଆନନ୍ଦ ନାଏକ, ଅଜିତ କୁମାର ସାହୁ, ସଞ୍ଜୟ ନାଗ, ସ୍ନିଗ୍ଧାରାଣୀ ସିଂ, ତ୍ରିଲୋକ୍ଯ ହରପାଲ, ନକୁଳ ମାଝୀ, ଦୀପକ କୁମାର ବାଗ, ସିଦ୍ଧାର୍ଥ ନାଏକ, ହେମନ୍ତ ଦୂର୍ଗା, ଜସବୀର କୁମାର, ଭବାନୀଶଙ୍କର ପଣ୍ଡା, ଖଗେଶ୍ୱର ଭୋଇ, ହେମନ୍ତ ମାଝୀ, କେଦାରନାଥ ଖମାରୀ, ଭବାନୀ ବାଗ, କାର୍ତ୍ତିକ ସୁନା, ଦିପ୍ତୀରାଣୀ ବାରିକ, ପ୍ରେମରଞ୍ଜନ ନାଏକ, ଅଜୟ କୁମାର ସାହୁ, ବିମଲ କିଶୋର ନାଏକ,କୁବେର ପାତ୍ର, ଅକ୍ଷୟ ମାଝୀଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ସାମିଲ ଥିଲେ। ଭବାନିପାଟଣା ଓଏଭି ପ୍ରିନ୍ସିପାଲ୍ ଶଶାଙ୍କ ଶେଖର ଚୌଧୁରୀ, ବଲାଙ୍ଗିର ଜିଲ୍ଲା ନବୋଦୟର ପୁରାତନ ଛାତ୍ର ସୌଦାଗର ସୁନା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକ, ପ୍ରସନ୍ନ ପଟ୍ଟନାୟକ, ସମାଜସେବୀ ରୋହିତ ଦୂର୍ଗା, ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ଏଡଭୋକେଟ୍ କ୍ଷୀରୋଦ ନାଗ, ଦିଲିପ କୁମାର ଦାସ, ବାବୁଲା ନାଗ ମଧ୍ଯ ଆସି ପଣା ବଣ୍ଟନରେ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR