ଜିଲ୍ଲା ସ୍ତରୀୟ ପାଣି ପଂଚାୟତ କର୍ମଶାଳା ଅନୁଷ୍ଠିତ।

May 06, 2025 - 19:43
0 86
ଜିଲ୍ଲା ସ୍ତରୀୟ ପାଣି ପଂଚାୟତ କର୍ମଶାଳା ଅନୁଷ୍ଠିତ।

ଫୁଲବାଣୀ,୬l୫(ଷ୍ଟାର ନିୟୁଜ ଓଡ଼ିଶା): ଜିଲ୍ଲା ସ୍ତରୀୟ ପାଣି ପଂଚାୟତ କର୍ମଶାଳା ସ୍ଥାନୀୟ ପଂଚାୟତ ଭବନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ପକ୍ଷରୁ ଆୟୋଜିତ ହୋଇଯାଇଛି । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗ ଦେଇ ପାଣି ପଞ୍ଚାୟତ କୃଷକମାନଙ୍କ ଏକ ସ୍ୱାଧୀନ ବ୍ୟକ୍ତି ସାମୂହିକ ପରିଚାଳକ ଅମଳ ଏବଂ ବଣ୍ଟନ ୱେଲ ଏବଂ ପେରୋକ୍ସନ୍ ଟ୍ୟାଙ୍କରେ ନିୟୋଜିତ କୃଷକ ପରିଚାଳନା ଏବଂ ଭୂତଳ ଟ୍ୟାଙ୍କରେ ନିୟୋଜିତ ଚାଷ ଜୋନର ଏକ ସ୍ୱେଚ୍ଛାକୃତ କାର୍ଯ୍ୟକଳାପ ବୋଲି କହିବା ସହ ସମସ୍ତ କୃଷକ ମାନେ ନିଜ ନିଜ ଜମିକୁ ପଡିଆ ନରଖି ଧାନ ଅମଳ ପରେ ଅନ୍ୟ କିଛି ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଜମିରେ ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ସାର ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହା କରିବା ଦ୍ୱାରା ପାଣି ପ୍ରଦୂଷିତ ହେବନାହିଁ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତୁଷାରକାନ୍ତି ତୁଙ୍ଗ, ସଂଯୋଜକ ତଥା ଅଧୀକ୍ଷକ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ ଇଂ ସୂର୍ୟନାରାୟଣ ପାଣିଗ୍ରାହୀ, ସାମାଜିକ କର୍ମୀ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ଇଂ ଅଶୋକ କୁମାର ପାଢି ସମ୍ମାନିତ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାରେ ଜୈବିକ କୃଷି ତଥା ଫସଲ ବିବିଧିକରଣ ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପ-ବିଭାଗ ଅଧିକାରୀ ଶ୍ରୀ ଗୋଲକ କୁମାର ସାହାଣୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ପାଣି ପଞ୍ଚାୟତର ସଦସ୍ୟ, ଚାଷୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User