ତ୍ରିଭୁବନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା.।

May 07, 2025 - 06:18
0 54
ତ୍ରିଭୁବନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା.।

କଳାହାଣ୍ଡି ,୬ l ୫ (ଷ୍ଟାରନିଉଜ ଓଡିଶା) : ଭବାନୀପାଟଣା/ପୁରୁଣା ପଡା ମନ୍ଦିର ସମୁହ ସମନ୍ଵୟ ସମିତି ତରଫରୁ ସ୍ଵର୍ଗତ ତ୍ରିଭୁବନ ପ୍ରଧାନ ଙ୍କ ଅକାଳ ବିୟୋଗ ନେଇ ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଛି. ମନ୍ଦିର ସମୂହ ସମିତି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଆବାହକତ୍ବ ରେ ଅନୁଷ୍ଟିତ ଶ୍ରଦ୍ଧାଞ୍ଜଳୀ ସଭାରେ କୈଳାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଥିବାବେଳେ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟୀ ସଦସ୍ୟ, ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତ୍ରିଭୁବନ ପ୍ରଧାନ ଙ୍କ ସମ୍ପର୍କରେ ଶୋକ ବ୍ୟକ୍ତ କରି ସ୍ମୃତି ଚାରଣ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ସିଦ୍ଧାର୍ଥ ନାୟକ, ଭାବଗ୍ରାହୀ ନାୟକ, ବିବେକାନନ୍ଦ ପ୍ରଧାନ, ସନ୍ତୋଷ ପ୍ରଧାନ, ସଚ୍ଚିଦାନଁଦ ମହାଖୁଡ, ଭୀମ ଶତପଥୀ, ଏବଂ ମନ୍ଦିର ର ସମୁହ କମିଟି ର ସମସ୍ତ ସଦସ୍ୟ ବୃନ୍ଦ ମାନେ ଉପସ୍ଥିତ ରହି ସ୍ଵର୍ଗତ ପ୍ରଧାନ ଙ୍କ ସ୍ମୃତି ଚାରଣ କରି ସଦ ଗତି କାମନା କରିଥିଲେ l ଶେଷରେ ଆଲୋକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User