ଘରେ ପଶି ମହିଳାଙ୍କୁ ଛୁରୀ ରେ ଆକ୍ରମଣ l

May 07, 2025 - 06:21
0 57
ଘରେ ପଶି ମହିଳାଙ୍କୁ ଛୁରୀ ରେ ଆକ୍ରମଣ l

କେସିଙ୍ଗା,୭l୫ (ଷ୍ଟାରନିଳ ଓଡିଶା): କିଛି କାରଣ ନ ଥାଇ ଅଚାନକ ମହିଳାଙ୍କୁ ଅତର୍କିତ ଆକ୍ରମଣ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ଟି କେସିଙ୍ଗା ଥାନା ଅନ୍ତର୍ଗତ କୁଣ୍ଡା ବନ୍ଧ ପଞ୍ଚାୟତ ର ଗୁର୍ଜି ମୁଣ୍ଡା ଗାଁ ରେ ଘଟିଛି । ଆଜି ସକାଳେ କେସିଙ୍ଗା ଥାନା ଅନ୍ତର୍ଗତ ଗୂର୍ଜି ମୁଣ୍ଡା ଗାଁ ର ହରିଜନ ପଡ଼ା ରେ ନିଜ ଘରେ ବିକ୍ରମ ହରିଜନଙ୍କ ସ୍ତ୍ରୀ ଆରତୀ ହରିଜନ ଓ ତାଙ୍କ ନାବାଳିକା ଝିଅ ପୁନମ୍ ଘରେ ଥିବା ବେଳେ ଜଣେ ଯୁବକ ଆରତୀଙ୍କୁ ଛୁରୀ ରେ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ମାରିଥିଲା । ତେବେ ଆକ୍ରମଣ ର ଉଦ୍ଦେଶ୍ୟ ଜଣା ପଡି ନ ଥିବା ବେଳେ ଯୁବକ ଜଣକ ଛୁରୀ ମାରି ଫେରାର ହୋଇ ଯାଇଛି । ତେବେ ଉକ୍ତ ଯୁବକ ର ନା ନୀତିନ ତାଣ୍ଡି ସେ ରାୟପୁର ରୁ ଆସି ଗତ କିଛି ଦିନ ହେଲା ଗୁର୍ଜୀ ମୁଣ୍ଡା ତାଙ୍କ ସମ୍ପର୍କୀୟ ଙ୍କ ଘରେ ରହୁଥିଲା । କାହିଁକି ଏଭଳି କାଣ୍ଡ କଲା ତାହା ଜଣା ପଡିନାହିଁ । କେସିଙ୍ଗା ପୋଲିସ ଘଟଣା ସ୍ଥଳ ଗୁରଜି ମୁଣ୍ଡା ପହଞ୍ଚି ଘଟଣା ର ତଦନ୍ତ କରୁଛି । ପୋଲିସ ର ପ୍ରତିକିୟା ମିଳି ପାରି ନାହିଁ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User