ବିଦେଶୀ ମଦ କୋଚିଆଙ୍କ ଠାରୁ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ବିପୁଳପରିମାଣରେ ବିଦେଶୀ ମଦ ଜବତ ।

May 06, 2025 - 19:36
0 39
ବିଦେଶୀ ମଦ କୋଚିଆଙ୍କ ଠାରୁ  ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ବିପୁଳପରିମାଣରେ ବିଦେଶୀ ମଦ ଜବତ ।

କଳାହାଣ୍ଡି,୬l୫(ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡି ଏସ୍ପି ଙ୍କ ନିର୍ଦେଶ କ୍ରମେ ଜୟପାଟଣା ପୋଲିସ ଓ ଜିଲ୍ଲା ପୋଲିସ ସ୍କୁଆଡ଼ ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମର ଏକ ବିଦେଶୀ ମଦ କୋଚିଆଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ମଦ ବିକ୍ରି କରୁଥିବା ଢେମ ଗୋନ୍ତିଆ କୁ ଖସେଇ ଦେଇ ତାଙ୍କ ବାପା ବୃଦ୍ଧ ହର ଗୋନ୍ତିଆ ଙ୍କୁ ପୋଲିସ ନେଇ ଅଟକ ରଖିଛି।ଏହା ସହ ଏକ୍ଟାଗୁଡ଼ା ଗ୍ରାମର ଉମା ସାହୁ ଘରୁ ମଧ୍ୟ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଉମା ସାହୁ ଫେରାର ମାରିଛି। ଉକ୍ତ ଗାଁ ର ବେଆଇନ ଦେଶୀମଦ କୋଠିରେ ମଧ୍ୟ ରେଡ କରି ମାଲିକ ସଦାନନ୍ଦ ମାଝୀ ଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିବା ଜଣାପଡିଛି।

କଳାହାଣ୍ଡି ରୁ ଜିଲ୍ଳା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User