ଡ୍ରାଇଭର ଙ୍କୁ RTO ଲେଡି କନେଷ୍ଟବଳ ଙ୍କ ଚାପୁଡ଼ା ମାଡ।ତାତିଲେ ଡ୍ରାଇଭର ସଂଘ।

May 06, 2025 - 19:33
0 79
ଡ୍ରାଇଭର ଙ୍କୁ RTO ଲେଡି କନେଷ୍ଟବଳ ଙ୍କ ଚାପୁଡ଼ା ମାଡ।ତାତିଲେ ଡ୍ରାଇଭର ସଂଘ।

କଳାହାଣ୍ଡି,୬l୫(ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡି RTO କନେଷ୍ଟବଳ ଡ୍ରାଇଭର ଙ୍କ ଗାଲରେ ଚାପୁଡା ମରା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ। ତାତିଲେ ଡ୍ରାଇଭର ସଂଘ। କିଛି ଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓ ର ଗାଡି ଚେକିଙ୍ଗ ସମୟରେ ,ରାୟପୁର ଯାଉଥିବା ଟ୍ରକ ଡ଼୍ରାଇଭର ଇନ୍ଦ୍ରଦେବ ୟାଦବ ଙ୍କୁ ଅଟକାଇ ଥିଲେ। ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ନଦେଲେ ୫୦ ହଜାର ଫାଇନ ଦେବେ ବୋଲି କହିଥିଲେ। ଡ଼୍ରାଇଭର ଙ୍କ କହିବା ଅନୁସାରେ ସମସ୍ତ କାଗଜପତ୍ର ଠିକ୍ ଥିବା ସ୍ବତେ ଯୁକ୍ତି କରି ଗାଲରେ ଚାପୁଡା ମାରିଥିଲେ, ଲେଡି RTO କନେଷ୍ଟବଳ। ସେହି ସମୟର ଭିଡ଼ିଓ କିଛିଦିନ ଧରି ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିଲା। ବିହାର ଡ୍ରାଇଭର ସଂଘ ଓ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଆଲୋଚନା ପରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ଅଖଚଖ ବନ୍ଦ ସହ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User