ଜିଲ୍ଲାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖାଲିପଡିଥୀବା କଳା ଓ କ୍ରିଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଜିଲ୍ଳାପାଳ ଙ୍କୁ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନଙ୍କର ଦାବିପତ୍ର ପ୍ରଦାନ

Jul 31, 2025 - 20:43
0 18
ଜିଲ୍ଲାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖାଲିପଡିଥୀବା କଳା ଓ କ୍ରିଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଜିଲ୍ଳାପାଳ ଙ୍କୁ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନଙ୍କର ଦାବିପତ୍ର ପ୍ରଦାନ

ଭବାନୀପାଟଣା୩୧/୭((ଷ୍ଟାର ନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲାରେ ୧୭୧ କଳା ଓ କ୍ରୀଡା ଶିକ୍ଷକ ପଦ ବିଗତ ୨୦୧୪ ମସିହାରୁ ଖାଲି ପଡିଅଛି । ବିଭାଗୀୟ ଉଚ୍ଚ ଅଧୂକାରୀ ମାନଙ୍କୁ ବିଗତ ୨୦୦୯ ମସିହା ଠାରୁ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ଆବେଦନ କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳିଲା ନାହିଁ,

ପ୍ରକାଶ ଥାଉକି,  ବିଗତ ବର୍ଷ ମାନଙ୍କରେ କଳାହାଣ୍ଡି  ଜିଲ୍ଲାପାଳଙ୍କୁ ମଧ୍ୟ ଏ ବାବଦରେ ଆଶାୟୀ ପ୍ରାର୍ଥୀ ବହୁବାର ଭେଟି ପଦବୀ ପୂରଣ ପାଇଁ ବିନମ୍ର ଅନୁରୋଧ କରାଯାଇଥିଲା। ହେଲେ, ଅତ୍ୟନ୍ତ ଓ ପରିତାପର ବିଷୟ ଏହିଯେ,ଏ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ନା ଜିଲ୍ଲା ପ୍ରଶାସନ ନା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଗ୍ରହଣ କରାଯାଇ ନାହିଁ। ପ୍ରାପ୍ତ ସୂଚନା ମୁତାବକ, ପଡୋଶୀ ଜିଲ୍ଲା ବଲାଙ୍ଗୀର ରେ ଗତ ୨୦୨୩ ମସିହାରେ ଏହି ପଦବୀରେ ବିଧିବଦ୍ଧ ଭାବେ ଶିକ୍ଷକ ନିଯୁକ୍ତି ପ୍ରଦାନ କରିସାରିଛନ୍ତି।ଏହି ବିଷୟବସ୍ତୁ କୁ ନେଇ  ରାଜ୍ୟର ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଏ ଦିଗରେ ଦରଖାସ୍ତ ସହ ଏକାଧୀକ ବାର ଭେଟି ଆଲୋଚନା କରାଯାଇଥିଲା। ସେଥରୁ ମଧ୍ୟ ଆଶାୟୀ ନିରାଶ ହେବା ସହ କୌଣସି ସୁଫଳ ପାଇଲେ ନାହିଁ । ସର୍ବୋପରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭୁବନେଶ୍ଵର ଠାରେ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଆବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହସ୍ତଗତ ସୂଚନାର ଏକକିତା ନକଲ କପି ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷଧିକାରୀ ଙ୍କୁ ଭେଟି ଖାଲି ପଡ଼ିଥିବା ୧୭୧ ପଦବୀ ଶୀଘ୍ର ପୂରଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ଅବସରରେ ଗିରିଧାରୀ ବାଗ, ତ୍ରିଲୋଚନ ସାହୁ, ଦିନେଶ କୁମାର ବିଶି, ବିଭୁତି ଭୂଷଣ ସାହୁ, ଥବିର ପ୍ରସାଦ ଯାଦବ, ମହେଶ ମାଝୀ, ଦେବାର୍ଚନ ତାଣ୍ଡି, ରତ୍ନାକର ଜାଲ, କମଳ ଚନ୍ଦ୍ର ବଗର୍ତି, ଅଜିତ ନାଏକ, ଲିଙ୍ଗରାଜ ସାହୁ, ରାହୁଲ ପୂଝାରୀ, ବିଶ୍ୱନାଥ ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ଚଳାନ, ଜେମା ଗହୀର, ଅଭିଲିପ୍ସା ସେନାପତି, ଜ୍ୟୋତିର୍ମୟ ହରିପାଳ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User