ଜୀବନକୁ ବାଜି ଲଗେଇ ବୁଢ଼ା ନଈ ପାର,l ପ୍ରଶାସନ ନୀରବ l

Oct 10, 2025 - 23:53
 0  17
ଜୀବନକୁ ବାଜି ଲଗେଇ ବୁଢ଼ା ନଈ ପାର,l ପ୍ରଶାସନ ନୀରବ l

ବାଲିଗୁଡା, ୧୦।୧୦( ଷ୍ଟାର ନିୟୁଜ ଓଡିଶା ) : ଭରା ନଈରେ ତାର ସାହାଯ୍ୟରେ ଜୀବନକୁ ବାଜି ଲଗେଇ ଗମନା ଗମନ ଦୃଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।ଯେତେବେଳେ ବର୍ଷା ଋତୁ ଆସିଥାଏ ସେହି ସମୟରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତ ରେ କା ଡାମାହା ସହିତ ଆଉ ତିନୋଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେଉଥିବା ଅଭିଯୋଗ ରହିଛି। ନଦୀ ନାଳ ପାର ହେବାକୁ ହେଲେ ଲୁହା ତାର କିମ୍ବା ରଶି ସାହା ଭରଷା ପାଲଟିଛି। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ ବହୁଳ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଅବହେଳା କରି ଦୁର୍ଗମ ଅଞ୍ଚଳକୁ ଅଣଦେଖା କାରଣରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ବିଭିନ୍ନ ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ବହୁ ମୌଳିକ ଯୋଜନା ପହଞ୍ଚି ପାରୁନଥିବା ସ୍ଥଳେ ଏମିତି କିଛି ସ୍ଵତନ୍ତ୍ର ପଞ୍ଚାୟତର ଅଞ୍ଚଳ ଲୋକେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କୁନି କୁନି ପିଲା ପୁଷ୍ଟିକର ଖାଦ୍ୟ ପ୍ରାରମ୍ଭିକ ଶିକ୍ଷାରୁ ବଞ୍ଚିତ ହେଉଥିବା ସୂଚନା ମିଳିଛି। ଜରୁରୀ କାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ପାଇଁ ନାହି ନଥିବା ସମସ୍ୟା ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମ ବାସି । ଗମନା ଗମନ ପାଇଁ ତାର ହିଁ ସାହା ଭରଷା ପାଲଟିଛି ଏହି ଅଞ୍ଚଳ ଲୋକଙ୍କ ପାଇଁ। ବିପଦ ସଙ୍କୁଳ ଅବସ୍ଥାରେ କି ଭଳି ଭରା ନଈରେ ଜୀବନକୁ ବାଜି ଲଗେଇ ଗମନା ଗମନ କରିଛନ୍ତି ଅଞ୍ଚଳବାସି। ବିକାଶ ଏହି ଅଞ୍ଚଳକୁ ବାଟ ଭୁଲିଛି କହିବାକୁ ଗଲେ ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସି। ଏ ହେଉ ଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର କଡାମାହା ଅକୁହା କଥା। ସ୍ଵାଧିନତା ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିକାଶ ଏହି ଅଞ୍ଚଳକୁ ବାଟ ଭୁଲିଯାଇଛି । କାଡାମାହା କାମ୍ବାଦହେଲି. ଗଲମୀପଡ଼ା ଡ଼ୁବୁଲାମାହା. ଏହି ଭଳି ଅନେକ ଗାଁ ରୁ ଗାଁରୁ ବ୍ଲକ୍ ମହକୁମା ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସ୍କୁଲ ଯିବା ପାଇଁ ହେଲେ ଚିରୋସ୍ରୋତ ବୁଢ଼ାନଦୀ ପାର ହେବାକୁ ପଡ଼େ। ତେବେ ସରକାର ପରେ ସରକାର ପରିବର୍ତ୍ତନ ହେଲାଣି ଓ ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଆଜି ପ୍ରତାରଣା ପାଲଟିଛି କାଡା ମାହା । ଏହି ଅଞ୍ଚଳବାସି କହିବାର କଥା ଯେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ ଫଳ ଶୂନତା । ତେବେ କି ଭଳି ବିପଦ ସଙ୍କୁଳ ଅବସ୍ଥାରେ ଗମନା ଗମନ ଅଭିଯୋଗ କରିଛନ୍ତି ଅଞ୍ଚଳବାସି।କବର ପ୍ରସାରଣ ପରେ ଯଦି ଚୁପ ରହିଲେ ତେବେ ଆସୁଥିବା ସରପଞ୍ଚ ଭୋଟ ବର୍ଜନ ହେବ କହିଛନ୍ତି ଗ୍ରାମ ବାସି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗା କାଡାମାହା ରୁ ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ନିୟୁଜ ଓଡ଼ିଶା l

What's Your Reaction?

like

dislike

love

funny

angry

sad

wow