ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ।

Oct 10, 2025 - 17:09
 0  80
ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ।

ଝରିଗାଁ ,୧୦l୧୦(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀଶିକ୍ଷା ଅଧିନସ୍ଥ ରାମସା କ୍ଲଷ୍ଟରର ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି କ୍ଲଷ୍ଟର ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି |ରାମସା କ୍ଲଷ୍ଟର ସିଆରସିସି ସଂଗ୍ରାମ କେଶରୀ ବଡଜେନାଙ୍କ ତତ୍ୱାବଧାନ ଏବଂ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମଙ୍କ ସହଯୋଗରେ ଆୟୋଜିତ ଉକ୍ତ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳାରେ ରାମସା କ୍ଲଷ୍ଟରର ଛଅ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗାଇଡ଼ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ନିଜ ନିଜ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରୋଜେକ୍ଟ ତିଆରି କରି ଆଣି ଏହି ବିଜ୍ଞାନ ମେଳାରେ ପ୍ରଦର୍ଶନ କରିଥିଲେ |ଏହି ଅବସରରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମଙ୍କ ସଭାପତିତ୍ବରେ ଏକ ବୈଠକର ଆୟୋଜନ ହୋଇଥିଲା |ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ରାମସା କ୍ଲଷ୍ଟରର ସିଆରସିସି ସଂଗ୍ରାମ କେଶରୀ ବଡଜେନା ମଞ୍ଚାସିନ ରହିଥିବା ବେଳେ ସମ୍ମାନିୟ ଅତିଥି ମାନଙ୍କ ମଧ୍ୟରେ ପୋଲୁଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମଡି ମହମ୍ମଦ ବୁରହାନ, ଡୁମରୀପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରତ ନାୟକ, କନ୍ଧଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ନିର୍ମଳ ତାଣ୍ଡି, ପାଉରବେଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ନାୟକ, ପାଲିଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀତାରାମ ଭୁଏ ଓ ସହ ଶିକ୍ଷକ ବବୃବାହନ ସାହାଙ୍କ ସମେତ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋପୀନାଥ ଭତରା, ଦୀପକ କୁମାର ସିଂ,ମୁକେଶ କୁମାର ନାଇକ, ଉତ୍ତମ କୁମାର ପ୍ରଧାନ, ଜଗନ୍ନାଥ ବେହେରା, ସୋନାଲିକା ସାମଲ, ଦୁର୍ମିଲା ରଣା, ସୁଜାତା ପେଣ୍ଠଇ, ସବିତା ନାଟୁଆ, ବାବୁଲା ଭତରା,ରାତ୍ର ଜଗୁଆଳି ମନସିଂ ଗଣ୍ଡ, ଜୟରାମ ଭତରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ ସହଯୋଗ କରିଥିଲେ |ପ୍ରଦର୍ଶନୀ ଶେଷରେ ଚାରିଜଣ ବିଚାରପତି ଛାତ୍ରଛାତ୍ରୀ ମାନଙ୍କ ତିଆରି କରିଥିବା ପ୍ରୋଜେକ୍ଟ ସବୁ ନିରୀକ୍ଷଣ କରିବା ସହିତ ପ୍ରୋଜେକ୍ଟ ସବୁର ମୂଲ୍ୟାୟନ କରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |ଆସନ୍ତା 14ତାରିଖରେ ବିଦ୍ୟାଳୟରେ ସୁରଭୀ କାର୍ଯ୍ୟକ୍ରମ ରହିଥିବାରୁ ଉକ୍ତ ଦିନ ଆଜିର ବିଜ୍ଞାନ ମେଳାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ରାମସା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମ ସୂଚନା ଦେଇଥିଲେ |ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow