ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ବିଜେଡି ର ଜନ ସମ୍ପର୍କ ପଦଯାତ୍ରା I

Oct 09, 2025 - 20:33
0 19
ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ବିଜେଡି ର ଜନ ସମ୍ପର୍କ ପଦଯାତ୍ରା I

ଫିରିଙ୍ଗିଆ,୯l୧୦(ଷ୍ଟାର ନିୟୁଜ):ସାରା ରାଜ୍ୟରେ ବିଜୁ ଜନତା ଦଳର ଜନସଚେତନତା ଶୋଭାଯାତ୍ରା ଜାରି ରହିଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ମଧ୍ୟ ବିଜେଡି ର ଏହି ଜନସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି I ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ଜନ ସମ୍ପର୍କ ପଦ ଯାତ୍ରା ରେ କନ୍ଧମାଳ ବିଜେଡି ଜଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା ଯୋଗ ଦେଇ ବିଜେଡି ସର୍କାର ସମୟରେ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ଉଦବୋଧନ ଦେଇଥିବା ବେଳେ ଆଗାମୀ ଦିନରେ ପୁଣି ଥରେ ବିଜେଡି କୁ କିଭଳି ବହୁମତ ମିଳିବ ସେନେଇ ଜନସାଧାରଙ୍କୁ କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏହି ପଦଯାତ୍ରା ରେ ବରିଷ୍ଠ ବିଜେଡି ନେତା କୈଳାସ ମୁଖି, ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ, ସଭ୍ୟା ଜୟଶ୍ରୀ କହଁର, ବ୍ଲକ ଅଧକ୍ଷା ନମିତା କହଁର, ବିଜେଡି ନେତା ସତ୍ୟ ବେହେରା,ପୂର୍ବତନ ବିଧାୟକ ଦୁଗୁନି କହଁର, ବ୍ଲକ ଉପ ସଭାପତି ପ୍ରଦୀପ ବେହେରା,ପୂର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସହ ଅଂଚଳର ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ I ଏହି ଅବସରରେ ବନ୍ଧଗଡ଼ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅନିଲ ମଳିକ ଙ୍କ ସହ ଅଂଚଳର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ I ତେବେ ଏହି ପଦଯାତ୍ରା ଟି ଫିରିଙ୍ଗିଆ ପୀତବଳି ମନ୍ଦିର ରୁ ବାହାରି ସହରର ମୁଖ୍ୟ ବଜାର ଦେଇ ସଖିପଡ଼ା,ଗୁରୁପଡା, କେଳାପଡା ହୋଇ ଭୃଙ୍ଗିଯୋଡି ରେ ଶେଷ ହୋଇଥିଲା I

 ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User