ଝରିଗାଁ ବ୍ଲକ ମାନିକପୁରି ପନକା ସମାଜର ନୂତନ କମିଟି ଗଠିତ।

Sep 12, 2025 - 20:05
 0  48
ଝରିଗାଁ ବ୍ଲକ ମାନିକପୁରି ପନକା ସମାଜର ନୂତନ କମିଟି ଗଠିତ।

ଝରିଗାଁ,୧୨l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ସ୍ଥିତ କବିର ପୀଠ ଠାରେ ଉଦୟ ନାଥ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ତମ୍ବୁ ଦାସ ପନକା, ମୋହନ ଦାସ ମହନ୍ତ,ରବି ଦାସ ଦେବାନ,ତୁଳସୀ ଦାସ ପନକା, ତ୍ରିଲୋଚନ ନାୟକ ପ୍ରମୁଖଙ୍କ ଉପସ୍ଥିତରେ ମାନିକପୁରି ପନକା ସମାଜ ସମ୍ପର୍କରେ ଆଲୋଚନା ହେବା ସହ ନୂତନ ଭାବେ ଝରିଗାଁ ବ୍ଲକ କର୍ମକର୍ତ୍ତା ଚୟନ ହୋଇଥିଲା।ସର୍ବ ସହମତି କ୍ରମେ ସଭାପତି ଭାବେ କରମରୀ ଗ୍ରାମର ଲକ୍ଷି ଦାସ ପନକାଙ୍କୁ ଚୟନ କରିଥିବା ବେଳେ ଉପ ସଭାପତି ଭାବେ ଜଳଧର ପନକାଙ୍କୁ ଚୟନ କରିଥିଲେ।ସେହିପରି ସମ୍ପାଦକ ଭାବେ ଗୋପାଳ ଦାସ ପନକା ସହ ସମ୍ପାଦକ ଭାବେ ଶ୍ୟାମଲାଲ ପନକା, କୋଷାଧ୍ୟକ୍ଷ ଭାବେ ଧନିରାମ ପନକାଙ୍କୁ ଚୟନ କରିଥିଲେ।କମିଟିର ସଭ୍ୟ ଭାବେ କୃଷ୍ଣଚନ୍ଦ୍ର ପନକା,ଜୟଦାସ ପନକା, ମୋହନ ପନକା, ତିଳକ ଦାସ ପନକା,ସୀତାରାମ ପନକା, ସୁବାଷ ପନକା,ପାଦୁ ପନକା, କୁମ ପନକା, ଭଗତ ପନକା, ସନ୍ତୋଷ ପନକା, ରଜତ ପନକା,ଡମ୍ବରୁ ଧର ପନକା, ଦୁର୍ଯ୍ୟୋଧନ ପନକା,ବିଷ୍ଣୁ ଦାସ ପନକା, ବନୁ ଦାସ ପନକା ପ୍ରମୁଖଙ୍କୁ ଚୟନ କରିଥିଲେ।ଉକ୍ତ ବୈଠକରେ ଝରିଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରୁ ମାନିକପୁରି ପନକା ସମାଜର ବହୁ ଲୋକ ଉପସ୍ଥିତ ଥିଲେ।ଶେଷରେ ବଂଶୀଧର ପନକା ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR