ଝରିଗାଁ ବ୍ଲକ ସ୍ତରୀୟ ଜାତୀୟ ହିନ୍ଦ ଦିବସ ପାଳିତ।

Sep 15, 2025 - 09:20
0 57
ଝରିଗାଁ ବ୍ଲକ ସ୍ତରୀୟ ଜାତୀୟ ହିନ୍ଦ ଦିବସ ପାଳିତ।

ଝରିଗାଁ,୧୫l୯(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ସ୍ଥିତ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଝରିଗାଁ ବ୍ଲକ ସ୍ତରୀୟ ଜାତୀୟ ହିନ୍ଦ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ରୋହିଣି ତପସ୍ପିନି ହଜାରେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ବିଷ୍ଣୁ ଚରଣ ସାହୁ,ମୁଖ୍ୟ ବକ୍ତା ଭାବେ ତୃପ୍ତିମୟୀ ଦାସ,ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ହିନ୍ଦୀ ଭାଷା ଏକ ରାଷ୍ଟ୍ରୀୟ ଭାଷା ଏହାର ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ।ସେହିପରି ପୂର୍ବରୁ ହିନ୍ଦୀ ଭାଷାକୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ ଆନନ୍ଦ କୁମାର ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ଚୂଳଦେଵ ଗଙ୍ଗରି,ବିଭୁ ପ୍ରସାଦ,ପ୍ରିୟମ୍ବଦା ଭଟ୍ଟ,ଅରୁଣ ମିଶ୍ର,ଜୟ ପ୍ରକାଶ ସାହୁ,ପରେଶ କୁମାର ପ୍ରଧାନ,ନିରଞ୍ଜନ ମହାନ୍ତି,ଉତ୍ତମ ପ୍ରଧାନ,ନାରାୟଣ ସାନ୍ତା,ଦୀପକ ମିସ୍ତ୍ରୀ,ଧର୍ମେନ୍ଦ୍ର ଭୋଇ,ମଞ୍ଜୁଲତା ରାଉତ ପ୍ରମୁଖ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User