ଝରିଗାଁରେ ବିଜୟା ଦଶମୀ ପାଳିତ ।

Oct 05, 2025 - 20:11
0 33
ଝରିଗାଁରେ ବିଜୟା ଦଶମୀ ପାଳିତ ।

ଝରିଗାଁ,୫l୧୦ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକ ସଦର ମହକୁମା ସ୍ଥିତ ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆରେ ଗତ ଶନିବାର ରାତ୍ରିରେ ବିଜୟା ଦଶମୀ ତଥା ରାବଣ ପୋଡି ପାଳିତ ହୋଇଯାଇଛି |ଝରିଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପୂଜା କମିଟି ସଭାପତି ପ୍ରଫୁଲ୍ଲ ପ୍ରଧାନୀ, ପୂର୍ବତନ ସାଂସଦ ଭଗବାନ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ରମେଶ ସାହୁ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ପୂର୍ବତନ ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ|ବିଧାୟକ ଶ୍ରୀ ଭତରା ବିଜୟା ଦଶମୀ ତଥା ରାବଣ ପୋଡିର ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ କି, ଆମ ଶାସ୍ତ୍ର ମତରେ ଆଜି ହେଉଛି ଆଶ୍ୱିନ ମାସର ଶୁକ୍ଲପକ୍ଷ ଓ ଦଶମୀ ତିଥି, ଏହି ଦିନ ମା ଦୁର୍ଗତିନାଶିନୀ ଦୁର୍ଗା ମହିଷାସୁରକୁ ବଦ୍ଧ କରି ସଂସାରକୁ ଅତ୍ୟାଚାର ମୁକ୍ତ କରିଥିବା ବେଳେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ଏହି ଦିନରେ ରାବଣକୁ ବଦ୍ଧ କରି ଅସୁର ମାନଙ୍କ ଅତ୍ୟାଚାରରୁ ମୁକ୍ତି ପ୍ରଦାନ କରିଥିଲେ |ତେଣୁ ଆମେ ଏହିଦିନକୁ ବିଜୟା ଦଶମୀ ଭାବେ ପାଳନ କରି ଆସୁଛୁ ଓ ରାବଣର ପ୍ରତୀକରେ ନିଆଁ ଲଗେଇ ରାବଣ ପୋଡି ମାନୁଛୁ |ଆମେ ପ୍ରତିବର୍ଷ ଆଶ୍ଵିନୀ ମାସର ଶୁକ୍ଲପକ୍ଷ ଦଶମୀ ତିଥିରେ ରାବଣ ପୋଡି ପାଳୁଛୁ ଓ ରାବଣର ପ୍ରତୀକରେ ନିଆଁ ଲଗେଇ ଦହନ କରୁଛୁ |ହେଲେ କେବେ ବି ପ୍ରକୃତ ରାବଣକୁ ମାରୁନୁ କି ଦହନ କରୁନୁ |ଆମ ମନ ଭିତରେ ରହିଥିବା କାମ, କ୍ରୋଧ, ଲୋଭ, ମୋହ, ମାୟା ହେଉଛନ୍ତି ପ୍ରକୃତ ରାବଣ |ଏହି ମାନଙ୍କ ପାଇଁ ସମାଜରେ ଅନ୍ୟାୟ, ଅତ୍ୟାଚାର, ବଳାତ୍କାର,ଶୋଷଣ, ହରଣ, ଲୁଣ୍ଠନ, ହତ୍ୟା ଭଳି ଅସାମାଜିକ କାର୍ଯ୍ୟ କଳାପ ଦିନ କୁ ଦିନ ବଢିବାକୁ ଲାଗିଛି |ତେଣୁ ଆଜିର ଏହି ପବିତ୍ର ଦିନରେ ରାବଣ ଦହନ ସହିତ ଏହି ପଞ୍ଚରିପୁ ମାନଙ୍କ ମଧ୍ୟ ଦହନ କରିବାକୁ ସଂକଳ୍ପ ନେବା ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଡିଆରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା |ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଝରିଗାଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User