ଝରିଗାଁ ଯାଦବ ମହାସଭାର କୋଷାଧକ୍ଷ ତ୍ରିନାଥ ଗୌଡ଼ଙ୍କ ପରଲୋକ ।
ଝରିଗାଁ,୫l୧୦ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଯାଦବ ମହାସଭାର କୋଷାଧକ୍ଷ ତ୍ରିନାଥ ଗୌଡ଼ ଆଜି ଇହଧାମ ତ୍ୟାଗ କରିଛନ୍ତି |ମୃତ୍ୟୁ ବେଳକୁ ମାତ୍ର ତାଙ୍କୁ 60ବର୍ଷ ହୋଇଥିଲା |ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ |ସେ ଦୀର୍ଘ 15ବର୍ଷ ହେବ ଝରିଗାଁ ଯାଦବ ମହାସଭାର କୋଷାଧକ୍ଷ ଭାବେ କାର୍ଯ୍ୟ ତୁଲେଇ ଆସୁଥିଲେ |ସେ 4ଦିନ ତଳେ ପକ୍ଷପାତ ରୋଗରେ ପଡି ଜୀବନ ଓ ମୃତ୍ୟୁ ସହିତ ଲଢେଇ କରି ଆସୁଥିଲେ |ଶେଷରେ ଆଜି ମୃତ୍ୟୁ ପାଖରେ ହାରିଯାଇ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |ଏହି ଦୁଃଖଦ ଖବର ଶୁଣିବା ପରେ ଜିଲ୍ଲା ଯାଦବ ମହାସଭର ସଭାପତି ଜ୍ୟୋତି ରଂଜନ କଂସ, ସମ୍ପାଦକ ମାନସିଂହ ଗୈାଡ,ଯୁବ ସଭାପତି ନବ କିଶୋର ଗୈାଡ, ଝରିଗାଁ ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ଉପ ସଭାପତି ସୈନିକ ଗୈାଡ, ଉପ ସଭାପତି ମହାଦେବ ମାଝୀ,ଝରିଗାଁ ବ୍ଳକ ସଭାପତି ନନ୍ଦ ଗୈାଡ,ସାଧାରଣ ସମ୍ପାଦକ ଚତୁର୍ଭୁଜ ଖର୍ସେଲ,ଉପ ସଭାପତି ସହଦେବ ଗୈାଡ, ଉପ ସଭାପତି ଭଗବାନ ଗୌଡ଼,ସହ ସମ୍ପାଦକ ସଗନୁ ଗୈାଡ,ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୈାଡ, ଝରିଗାଁ ଗ୍ରାମ ପଞ୍ଚାୟତ ସଭାପତି ଦିବାକର ଗୈାଡ,ଚଚା ଗ୍ରାମ ପଞ୍ଚାୟତ ସଭାପତି ଗଙ୍ଗାଧର ଗୈାଡ,ସମ୍ପାଦକ ମକରନ୍ଦ ଗୈାଡଙ୍କ ସମେତ ଯାଦବ ମହାସଭାର ସମସ୍ତ ସଦସ୍ୟମାନେ ଦୁଃଖ ପ୍ରକାଶ କରିବା ସହିତ ତ୍ରିନାଥଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)