ଝାମ୍ପି ରଜ ମହୋତ୍ସବ ଉଦଯାପିତ ।

Jun 18, 2025 - 20:38
0 28

ଖଜୁରୀପଡା,୧୮l୬(ଷ୍ଟାର ନିୟୁଜ) : ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ ମଙ୍ଗଳ ବାର ଦିନ ଉଦ୍ ଯାପିତ ହୋଇ ଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଝାମ୍ପି ଗ୍ରାମରେ ମାଁ ସୁନା ପ୍ରତିମା ଯୁବକ ସଂଘ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ମଙ୍ଗଳ ବାର ଦିନ ଉଦଯାପିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଖଜୁରୀପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡା ବିଜେପି ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର,କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ଅବନୀ କୁମାର କହଁର, ଖଜୁରୀପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କୁଈ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, ଯୋଗଦେଇ ଥିଲେ । ଉତ୍ସବଟି ୧୪ ତାରିଖ ଦିନ ଉଦ୍ ଘାଟନ ହୋଇ ୪ ଦିନ ପର୍ଯ୍ୟନ୍ତ ରଜ ଦୋଳି ସାଙ୍ଗକୁ ଝୋଟି, କୁଇଜ୍,ମ୍ୟୁଜିକଚ୍ୟାର,ପୁଚି ପରି ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଶେଷ ରାତ୍ରି ମଙ୍ଗଳ ବାର ଦିନ ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜିବ ଦେହୁରୀ ସୁନ୍ଦର ଭାବେ ଆଙ୍କରିଙ୍ଗ କରି ଦର୍ଶକ ମାନଙ୍କ ମନକୁ ମୋହିତ କରି ଥିଲେ । ସମସ୍ତ କୃତକାର୍ଯ୍ୟ ଯୁବକ ଯୁବତୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ମାଁ ସୁନା ପ୍ରତିମା ଯୁବକ ସଂଘ ସଭାପତି ଲଳିତ କୁମାର କହଁର ଓ ସମ୍ପାଦକ ମାନସ ରଞ୍ଜନ କହଁର ଯୁବକ ସଂଘ ସମସ୍ତ ସଦସ୍ୟ ସଦସ୍ୟା ସମେତ କୃଷ୍ଣଚନ୍ଦ୍ର କହଁର, ଭାବିନ୍ଦ୍ର କହଁର,କେଦାର ଗୌରୀ ସାହୁ, ରୋହିତ ପ୍ରଧାନ, ପୂର୍ଣଚନ୍ଦ୍ର କହଁର, ବିନୋଦ କହଁର ଏବଂ ଗ୍ରାମର ସମସ୍ତ ଭାଈ ଭଉଣୀ ଗୁରୁ ଜନ ଉପସ୍ଥିତ ରହି ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User