ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ ।

ଡାବୁଗାଁ,୧୨l୭ (ଷ୍ଟାର ନିୟୁଜ ଓଡିଶା): ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ଅସିତ କୁମାର ସାହୁ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ |ଡାବୁଗାଁ କାର୍ଯ୍ୟାଳୟରେ ଯୋଗଦାନ ପରେ ନୂତନ ବନାଞ୍ଚଳ ଅଧିକାରୀଙ୍କୁ କର୍ମଚାରୀ ମାନେ ସ୍ଵାଗତ କରିଥିଲେ | ଏହି ସ୍ଵାଗତ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ବସନ୍ତ ନାୟକ, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ଅନିତା ହିଆଲ ଓ ଶସ୍ମିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






