ବର୍ଷାରେ ଭାସିଗଲା କୁଚେଣ୍ଡି ନଦୀର କାଠ ପୋଲ, ଚାନ୍ଦା କରି କାଠ ପୋଲ ନିର୍ମାଣ କଲେ ଶତାଧିକ ଲୋକେ।

Jul 13, 2025 - 05:39
0 25
ବର୍ଷାରେ ଭାସିଗଲା କୁଚେଣ୍ଡି ନଦୀର କାଠ ପୋଲ, ଚାନ୍ଦା କରି କାଠ ପୋଲ ନିର୍ମାଣ କଲେ ଶତାଧିକ ଲୋକେ।

ଫିରିଙ୍ଗିଆ,୧୨l୭(ସ.ପ୍ର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲୁଇସିଂ ପଞ୍ଚାୟତର ତଳ ଡାଙ୍ଗାଣାମ ନିକଟରେ ଥିବା କୁଚେଣ୍ଡି ନାଳର କାଠ ପୋଲ ଗତ ଲଗାଣ ବର୍ଷାରେ ଧୋଇ ହୋଇ ଯିବା ଫଳରେ ଅଞ୍ଚଳ ବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରତିବର୍ଷ ଏହି କୁଚେଣ୍ଡି ନଦୀରେ ଅଞ୍ଚଳ ବାସୀ କାଠ ପୋଲ ନିର୍ମାଣ କରୁଥିବା ବେଳେ ବର୍ଷା ଦିନ ଆସିଲେ କାଠ ପୋଲ ଭାସି ଯାଏ । ପୁଣି ଥରେ ଅଞ୍ଚଳର ସମୂହ ଅଞ୍ଚଳର ଜନସାଧାରଣ ଯାତାୟାତରେ ସମସ୍ୟା ଭୋଗୁଥିବା ବେଳେ ଅଧିକାଂଶ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ।ଚଳିତ ବର୍ଷ ଲଗାଣ ବର୍ଷାରେ କାଠ ପୋଲ ଭାସିଯିବା ପରେ ଆଜି ପୁଣି ଥରେ ତଳ ଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ପଦର, ପିଲି ପଦର, ବାତ ଜୁର, ବୁଗେର ମାସ୍କା, ଲାକା ସିର୍ପି, ଭଳି ୧୧ ରୁ ଉର୍ଦ୍ଧ୍ୱ ଗାଁର ଶତାଧିକ ଜନସାଧାରଣ ନିଜେ ଶ୍ରମ ଦାନ କରିବା ସହ ଚାନ୍ଦା କରିଛନ୍ତି । ଦିନ ତମାମ ଜଙ୍ଗଲରୁ କାଠ ସଂଗ୍ରହ କରି ପୁଣି ଥରେ କାଠ ପୋଲ ନିର୍ମାଣ କରିଛନ୍ତି । ୨ ଟି ୱାର୍ଡର ୨୦୦ ରୁ ଉର୍ଦ୍ଧ୍ୱ ଘର ରହିଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି । କାଠ ପୋଲ ନହେଲେ ଯାତାୟାତ ପାଇଁ ସମସ୍ୟା ହେଉଥିବା ବେଳେ ବିଭିନ୍ନ ଆବଶ୍ୟକୀୟ କାମରେ ପଞ୍ଚାୟତ କାର୍ଯ୍ୟାଳୟ ହେଉ କି ବ୍ଲକ କାର୍ଯ୍ୟାଳୟ ହେଉ, ଏମିତି କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏହି କାଠ ପୋଲ ଉପରେ ନିର୍ଭର କରି ଆସୁଛନ୍ତି । କୁଚେଣ୍ଡି ନଦୀରେ କାଠ ପୋଲ ଧୋଇଗଲେ ପୁଣି ଥରେ ଚାନ୍ଦା କରି ଶ୍ରମ ଦାନ କରି କାଠ ପୋଲ ନିର୍ମାଣ କରୁଥିବା କିଛି ଗ୍ରାମବାସୀ କହିଛନ୍ତି । ଦୀର୍ଘ ବର୍ଷରୁ ଏହି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ତୁରନ୍ତ ଏହି ଅଞ୍ଚଳ ବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ କରିବାକୁ ଜଳନ୍ଧର ମଲିକ, କିନ ମଲିକ, ରାମ ମଲିକ, କୃଷ୍ଣ କହଁର, ନାରଦ ଭୋଇଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ଏହି କାଠ ପୋଲ ନିର୍ମାଣକୁ ନେଇ ଗ୍ରାମ୍ୟ ନିର୍ମାଣ ବିଭାଜନର ବିଭାଗୀୟ ଅଧିକାରୀ ସୁଶୀଳ ମହାନ୍ତିଙ୍କୁ ପଚାରିବାରୁ ଏହି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ ପାଇଁ ଅନୁଦାନ ଆସିଛି ଏବଂ ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User