ଆଇସିଡିଏସ ସୁପ୍ରଭାଇଜର କମଳା ପନକାଙ୍କ ଦେହାନ୍ତ।

Jul 13, 2025 - 05:22
0 235
ଆଇସିଡିଏସ ସୁପ୍ରଭାଇଜର କମଳା ପନକାଙ୍କ ଦେହାନ୍ତ।

ଝରିଗାଁ,୧୨l୭(ଷ୍ଟାର ନିୟୁଜ ଓଡିଶା ) : ଝରିଗାଁ ବ୍ଲକ ଛାଟିଗୁଡ଼ା ସେକ୍ଟରର ଆଇସଡିଏସ ସୁପ୍ରଭାଇଜର କମଳା ପନକାଙ୍କ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି।ଶ୍ରୀମତୀ ପନକା ପ୍ରାୟ ଏକ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ।ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେବା ପରେ ଉମରକୋଟ ବ୍ଲକ ବଡ଼ବାସନୀ ସ୍ଥିତ ଘରେ ରହି ଦୀର୍ଘ ମାସ ଧରି ଚେରିମୂଲି ଔଷଧ ସେବନ କରୁଥିଲେ।ଆଜି ସନ୍ଧ୍ୟାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାପରେ ଦେହାନ୍ତ ହୋଇଯାଇଥିଲା।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଖବର ପାଇ ଝରିଗାଁ ସିଡିପିଓ ବିରାଜ ମହୀନି ପାଙ୍ଗି, ସୁପ୍ରଭାଇଜର ଟୁନିଦେଇ ଜେନା, ମଞ୍ଜରୀ ଘୋଷ, ଲିଲି ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User