ଡ୍ରାଇଭର ସଂଘ ଆନ୍ଦୋଳନର ପ୍ରଭାବ, ଝରିଗାଁ ବ୍ଲକରେ ପେଟ୍ରୋଲ ମିଳୁନି ଓ ଡିଜେଲ ବି ମିଳିବନି ।

Jul 12, 2025 - 11:29
0 62
ଡ୍ରାଇଭର ସଂଘ ଆନ୍ଦୋଳନର ପ୍ରଭାବ, ଝରିଗାଁ ବ୍ଲକରେ ପେଟ୍ରୋଲ ମିଳୁନି ଓ ଡିଜେଲ ବି ମିଳିବନି ।

ଝରିଗାଁ,୧୨l୭(ଷ୍ଟାର ନିୟୁଜ ଓଡିଶା ): ଡ୍ରାଇଭର ସଂଘ ଆନ୍ଦୋଳନର ସିଧାସଳଖ ପ୍ରଭାବ ପଡ଼ିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡି ଚାଳକ ଉପରେ।ଆଜିକୁ ପ୍ରାୟ ଚାରିଦିନ ଧରି ଡ୍ରାଇଭର ସଂଘ ଆନ୍ଦୋଳନରେ ଥିବା ଯୋଗୁଁ ଝରିଗାଁରେ ପହଞ୍ଚି ପାରୁନାହିଁ ଡିଜେଲ ଓ ପେଟ୍ରୋଲ ଟ୍ୟାଙ୍କର।ଫଳରେ ପେଟ୍ରୋଲ ଟ୍ୟାଙ୍କିରେ ତେଲ ଅଭାବ ଦେଖା ଦେଇଛି।ଝରିଗାଁ ବ୍ଲକ ସଦର ମହକୁମା ଠାରେ ତିନିଟି ପେଟ୍ରୋଲ ପମ୍ପ ଥିବା ବେଳେ ଦୁଇଟି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଶେଷ ହୋଇ ଯାଇଥିବା ସୂଚନା ମିଳିଛି।ସେହିପରି ଯାହା ଡିଜେଲ ମହଜୁଦ ରହିଛି ଆଜିକାଲି ମଧ୍ୟରେ ଶେଷ ହୋଇଯିବ ବୋଲି ଜଣାପଡିଛି।ମାଲିକ ମାନେ କହିଛନ୍ତି, ପାରାଦୀପ ଓ ଝାରସୁଗୁଡ଼ାରୁ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଗାଡ଼ି ବାହାରିଛି।କିନ୍ତୁ ଆନ୍ଦୋଳନରତ ଡ୍ରାଇଭରମାନେ ଗାଡ଼ି ଛାଡ଼ୁ ନଥିବାରୁ ଅଧାବାଟରେ ଟ୍ୟାଙ୍କର ଗୁଡ଼ିକ ଛିଡ଼ା ହୋଇଛି ବୋଲି ମାଲିକ ମାନେ କହିଛନ୍ତି।ଯଦି ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଗାଡି ଆଜି ସୁଦ୍ଧା ନଆସିଲେ ଆସନ୍ତା କାଲି ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେବ।ଆଜିକାଲି ଝରିଗାଁ ବ୍ଲକରେ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଯଦି ଡିଜେଲ ଅଭାବ ହୁଏ ତେବେ ଚାଷ କାମରେ ସମସ୍ୟା ଦେଖାଦେବାର ବେସ ସମ୍ଭାବନା ରହିଛି।ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User