ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର।

Nov 26, 2025 - 21:52
0 73
ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର।

ଝରିଗାଁ,୨୬l୧୧(ଷ୍ଟାର ନିୟୁଜ ଓଡିଶା): ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସଦର ରେ ରହୁଥିବା ଦଲସାଏ ଜାନି (୪୨)। ସୂଚନା ପ୍ରକାରେ ଆଜି ସକାଳେ ବେଲଗାଁ ଆଶ୍ରମ ସ୍କୁଲ୍ ରେ ପଢୁଥିବା ନିଜ ପୁଅ ପାଖକୁ ଯାଇ ଘର ଅଭିମୁଖେ ଫେରୁଥିବା ବେଳେ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ କୁଟ୍ରୀ ଛାପର ପଞ୍ଚାୟତ ଧାନ ମିଲ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ସହ ଦଲ ସାଏ ଜାନି ଙ୍କ ସହ ସମୁଖାସମୁଖି ଧକ୍କା ହୋଇଥିଲା। ଯାହା ଫଳରେ ଦଲସାଇ ଜାନି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଗ୍ନିଶମ ଗାଡ଼ି ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ବାମ କପାଳ ଏବଂ ଭୃ ଲତା ରେ ଗଭୀର ଆଘାତ ଲାଗିଛି। ତେବେ ପ୍ରାଥମିକ ଚିକିତ୍ସା ପରେ ଦଲସାଇ ଜାନି ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଆଉ ଏକ ମୋଟର ସାଇକେଲ ରେ ଚଚା ପଞ୍ଚାୟତ ଭେଜୀ ଗୁଡ଼ା ଗ୍ରାମର ନକୁଳ ଗୌଡ଼,ବିକ୍ରମ ପୂଜାରୀ, ନବ ଭତରା ତିନିଜଣ ବାଇକରେ ଭାରସାମ୍ୟ ହରାଇ ଦଲାସାଏ ଜାନି ଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ହେଲେ ତିନିଜଣ ଯୁବକ ଙ୍କୁ କୌଣସି ଆଘାତ ଲାଗିନଥିବା ଜଣା ପଡ଼ିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User