ଜବରଦଖଲକାରୀଙ୍କୁ ଦୁଇଦିନ ଭିତରେ ଜାଗା ଖାଲି କରିବାକୁ ପ୍ରଶାସନର ଚେତାବନୀ ।

Nov 27, 2025 - 09:22
0 100
ଜବରଦଖଲକାରୀଙ୍କୁ ଦୁଇଦିନ ଭିତରେ ଜାଗା ଖାଲି କରିବାକୁ ପ୍ରଶାସନର ଚେତାବନୀ ।

ଝରିଗାଁ,୨୭l୧୧(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧୋଡ୍ରା ପଂଚାୟତ ସଦର ମହକୁମାର ଉମରକୋଟ -ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଥିବା ସରକାରୀ ଜାଗାସବୁ ମାଡି ବସିଥିବା ଜବର ଦଖଲକାରୀଙ୍କୁ ଦୁଇ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି |ପ୍ରକାଶ ଥାଉ କି ଆଜି ପ୍ରଶାସନ ଜବର ଦଖଲ ଉଛେଦ ପାଇଁ ଧୋଡ୍ରାରେ ପହଂଚିଥିଲା ଧୋଡ୍ରା ଛକରେ ଥିବା ଦୁଇଟା ଘର ଭାଙ୍ଗିବା ପରେ ଜବର ଦଖଲ କାରୀ ମାନଙ୍କ ସହିତ ଆଲୋଚନା କରି ଦୁଇଦିନ ମଧ୍ୟରେ ଜାଗା ସବୁ ଖାଲି କରିବାକୁ ଚେତାବନୀ ଦେଇ ଫେରିଥିବା ଜଣାପଡିଛି |ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି ଧୋଡ୍ରା ଆରଆଇ ଶିବନାଥ ମଣ୍ଡଳ ଓ ଉମରକୋଟ ପୋଲିସ ପ୍ରଶାସନ ଦ୍ରୋଡ୍ରା ଠାରେ ପହଂଚି ଜବର ଦଖଲକାରୀ ମାନଙ୍କ ସହିତ ଆଲୋଚନା କରି ଉଛେଦକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି |ଆଗାମୀ ଦୁଇଦିନ ମଧ୍ୟରେ ଯଦି ଜବର ଦଖଲକାରୀ ମାନେ ଜାଗା ନ ଛାଡ଼ନ୍ତି ତେବେ ପ୍ରଶାସନ ଜବରଦସ୍ତ ଉଛେଦ କରିବ ବୋଲି ଚେତାବନୀ ଦେଇଥିବା ସୂଚନା ମିଳିଛି|

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User